ଭୁବନେଶ୍ଵର: ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫରମାନଙ୍କ ପଦବୀକୁ ଅନୁମୋଦନ ଦେଇଛନ୍ତି ।
ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ମାନବ ସମ୍ପଦର ଅଭାବ କମିବା ସହିତ ରୋଗୀମାନଙ୍କୁ ଉନ୍ନତ ଏବଂ ସମୟୋପଯୋଗୀ ସେବା ଯୋଗାଇ ଦିଆଯାଇପାରିବ । ନବନିଯୁକ୍ତ ନର୍ସିଂ ଅଫିସରମାନେ ରୋଗୀ ସେବାରେ ମୁଖ୍ୟ ଭୂମିକା ନିଭାଇବେ ଓ ରେଡିଓଗ୍ରାଫରମାନେ ନିଦାନତ୍ମକ ସେବାକୁ ଆହୁରି ସୁଦୃଢ଼ କରିବେ ।
ଏହି ଅନୁମୋଦନ ପରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସର୍ବଦା ଲୋକଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିବଦ୍ଧ । ଏହି ନିଯୁକ୍ତି ଦ୍ୱାରା ରୋଗୀ ସେବା ଉନ୍ନତ ହେବା ସହିତ ସ୍ୱାସ୍ଥ୍ୟ ପ୍ରଣାଳୀ ଆହୁରି ସକ୍ଷମ ହେବ ।
ବିଭାଗ ପକ୍ଷରୁ ଶୀଘ୍ର ନର୍ସିଂ ଅଫିସର ଏବଂ ରେଡିଓଗ୍ରାଫରମାନଙ୍କ ନିଯୁକ୍ତି ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂ ଗୁଡିକ ବିଭାଗ ପକ୍ଷରୁ ଖୁବ ଶୀଘ୍ର ପ୍ରକାଶ କରାଯିବ ।
BREAKING NEWS
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ
- Trump slams Emmanuel Macron: ‘ଖୁବ୍ଶୀଘ୍ର ମୁସଲିମ୍ ସହର ହୋଇଯିବ ପ୍ୟାରିସ୍!’ ଫ୍ରାନ୍ସର ଅଶାନ୍ତିକୁ ନେଇ ମାକ୍ରୋନ୍ଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍, ସୀମା ବନ୍ଦ କରିବାକୁ ପରାମର୍ଶ
- Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!
- Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା

Comments are closed.