ବ୍ରହ୍ମପୁର: ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଲୋକଙ୍କ ଦୁଃଖ କହିଲେ ନସରେ। କେଉଁଠି ପହଂଚିବାକୁ ଭଲ ରାସ୍ତାଟିଏ ନାହିଁ ତ’ କେଉଁଠି ପିଇବାକୁ ପାଣି ଟୋପାଏ ମିଳୁନି। କେଉଁଠି ଆଲୁଅ ବ୍ୟବସ୍ଥା ନାହିଁ। ଆଉ କେଉଁଠି ସ୍ୱାସ୍ଥ୍ୟ, ଶିକ୍ଷା, ସବୁକ୍ଷେତ୍ରରେ ଅବହେଳିତ ହୋଇ ଯାଇଛି। ଏଭଳି ପରିସ୍ଥିତିରେ ଦୁର୍ଗମବାସୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଉଦ୍ୟମ କରିଛନ୍ତି ସାମାଜିକ ସଂଗଠନ ‘ହେଲ୍ପ ଇଣ୍ଡିଆ’ ପରିବାର।
ଭୁବନେଶ୍ୱରରୁ ଆସିଥିବା ହେଲ୍ପ ଇଣ୍ଡିଆ ସଦସ୍ୟମାନେ ପାଦଚଲା ପଥୁରିଆ ଏବଂ ଅଣଓସାରିଆ ରାସ୍ତାରେ ବିଭିନ୍ନ ସାମଗ୍ରୀ ଧରି ପହଂଚିଥିଲେ ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଦୁର୍ଗମ ତଡ଼ମା ଗ୍ରାମରେ। ଯୁବକମାନେ ଉପାନ୍ତବାସୀଙ୍କ ପାଇଁ ସହରରୁ ବୋହି ଆଣିଥିଲେ ପୋଷାକ, ଲୁଗାପଟା, କମ୍ବଳ, ଜୋତା,ଚପଲ। ଗାଁ ମଝିରେ ସଜାଇ ରଖିଥିଲେ। ଯାହାର ଯାହା ପସନ୍ଦ ଓ ଆବଶ୍ୟକ ଏଠାରୁ ନିଅନ୍ତୁ ବୋଲି କହିବା ସହ ବିଭିନ୍ନ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବା ସହ ସେମାନଙ୍କ ସମସ୍ୟା ବୁଝି ଉପାନ୍ତ ଲୋକଙ୍କ ସହିତ ସମୟ କଟାଇ ଥିଲେ। ନାଚଗୀତ କରି ସେମାନଙ୍କ ମୁଂହରେ ହସ ଫୁଟାଇଥିଲେ। ଗ୍ରାମବାସୀ ମଧ୍ୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ପସନ୍ଦ ଅନୁଯାୟୀ ସାମଗ୍ରୀ ନେଇଥିଲେ। ଏହା ପରେ ମୁଜାଗଡ଼ ପଂଚାୟତର ଉପାନ୍ତ ଢେପାଗୁଡା ଗ୍ରାମକୁ କାଠ ପୋଲ ଉପର ଦେଇ ଜଙ୍ଗଲିଆ ରାସ୍ତାରେ ଚାଲିଚାଲି ପଂହଁଚିଥିଲେ। ସେଠାରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ସହ ତାଙ୍କ ସହିତ ମଧ୍ୟ ହସଖୁସିରେ ସମୟ କାଟିଥିଲେ ହେଲ୍ପ ଇଣ୍ଡିଆର ସଦସ୍ୟ ମାନେ। ଗ୍ରାମବାସୀ ମଧ୍ୟ ଯୁବକଙ୍କ କାର୍ଯ୍ୟକୁ ସାଧୁବାଦ ଜଣାଇବା ସହ ନିଜ ଗାଁ ସମସ୍ୟା ସମ୍ପର୍କରେ କହିଥିଲେ। ଏସବୁ ଭିତରେ ସତେ ଯେପରିକି ସେମାନେ ଖୁବ ଆପଣାର ଭଳି ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଥିଲା।
BREAKING NEWS
- High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..
- ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ
- AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX CEO…
- EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…
- ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
- Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ ଦେଲା ତୁର୍କୀ…
- ଟି୨୦ ବିଶ୍ୱକପ: ଦ୍ରୁତ ଶତକ ହାସଲ କରିଥିବା ୫ ବ୍ୟାଟ୍ସମ୍ୟାନ
- ରଣବୀରଙ୍କୁ ଅନଫଲୋ କଲେ ଫରହାନ
Comments are closed.