ବ୍ରହ୍ମପୁର: ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଲୋକଙ୍କ ଦୁଃଖ କହିଲେ ନସରେ। କେଉଁଠି ପହଂଚିବାକୁ ଭଲ ରାସ୍ତାଟିଏ ନାହିଁ ତ’ କେଉଁଠି ପିଇବାକୁ ପାଣି ଟୋପାଏ ମିଳୁନି। କେଉଁଠି ଆଲୁଅ ବ୍ୟବସ୍ଥା ନାହିଁ। ଆଉ କେଉଁଠି ସ୍ୱାସ୍ଥ୍ୟ, ଶିକ୍ଷା, ସବୁକ୍ଷେତ୍ରରେ ଅବହେଳିତ ହୋଇ ଯାଇଛି। ଏଭଳି ପରିସ୍ଥିତିରେ ଦୁର୍ଗମବାସୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଉଦ୍ୟମ କରିଛନ୍ତି ସାମାଜିକ ସଂଗଠନ ‘ହେଲ୍ପ ଇଣ୍ଡିଆ’ ପରିବାର।
ଭୁବନେଶ୍ୱରରୁ ଆସିଥିବା ହେଲ୍ପ ଇଣ୍ଡିଆ ସଦସ୍ୟମାନେ ପାଦଚଲା ପଥୁରିଆ ଏବଂ ଅଣଓସାରିଆ ରାସ୍ତାରେ ବିଭିନ୍ନ ସାମଗ୍ରୀ ଧରି ପହଂଚିଥିଲେ ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଦୁର୍ଗମ ତଡ଼ମା ଗ୍ରାମରେ। ଯୁବକମାନେ ଉପାନ୍ତବାସୀଙ୍କ ପାଇଁ ସହରରୁ ବୋହି ଆଣିଥିଲେ ପୋଷାକ, ଲୁଗାପଟା, କମ୍ବଳ, ଜୋତା,ଚପଲ। ଗାଁ ମଝିରେ ସଜାଇ ରଖିଥିଲେ। ଯାହାର ଯାହା ପସନ୍ଦ ଓ ଆବଶ୍ୟକ ଏଠାରୁ ନିଅନ୍ତୁ ବୋଲି କହିବା ସହ ବିଭିନ୍ନ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବା ସହ ସେମାନଙ୍କ ସମସ୍ୟା ବୁଝି ଉପାନ୍ତ ଲୋକଙ୍କ ସହିତ ସମୟ କଟାଇ ଥିଲେ। ନାଚଗୀତ କରି ସେମାନଙ୍କ ମୁଂହରେ ହସ ଫୁଟାଇଥିଲେ। ଗ୍ରାମବାସୀ ମଧ୍ୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ପସନ୍ଦ ଅନୁଯାୟୀ ସାମଗ୍ରୀ ନେଇଥିଲେ। ଏହା ପରେ ମୁଜାଗଡ଼ ପଂଚାୟତର ଉପାନ୍ତ ଢେପାଗୁଡା ଗ୍ରାମକୁ କାଠ ପୋଲ ଉପର ଦେଇ ଜଙ୍ଗଲିଆ ରାସ୍ତାରେ ଚାଲିଚାଲି ପଂହଁଚିଥିଲେ। ସେଠାରେ ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ସହ ତାଙ୍କ ସହିତ ମଧ୍ୟ ହସଖୁସିରେ ସମୟ କାଟିଥିଲେ ହେଲ୍ପ ଇଣ୍ଡିଆର ସଦସ୍ୟ ମାନେ। ଗ୍ରାମବାସୀ ମଧ୍ୟ ଯୁବକଙ୍କ କାର୍ଯ୍ୟକୁ ସାଧୁବାଦ ଜଣାଇବା ସହ ନିଜ ଗାଁ ସମସ୍ୟା ସମ୍ପର୍କରେ କହିଥିଲେ। ଏସବୁ ଭିତରେ ସତେ ଯେପରିକି ସେମାନେ ଖୁବ ଆପଣାର ଭଳି ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଥିଲା।
BREAKING NEWS
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
- ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…
- ଭୂକମ୍ପରେ ଥରିଲା ଆସାମର ନାଗାଓଁ; ତୀବ୍ରତା ୪.୫…
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…

Comments are closed.