ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଧର୍ମେନ୍ଦ୍ରଙ୍କ ବିୟୋଗର ୩ ଦିନ ପରେ ନିଜ ଦୁଃଖ ଭରା ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଦ୍ବିତୀୟ ପତ୍ନୀ ହେମାମାଳିନୀ । ତାଙ୍କ ମୃତ୍ୟୁର ତିନି ଦିନ ପରେ, ଅଭିନେତ୍ରୀ ଧରମ ପାଜିଙ୍କୁ ମନେ ପକାଇ ତାଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି। ସେ ଅନେକ ଫଟୋ ମଧ୍ୟ ସେୟାର କରି ସେମାନଙ୍କ ଏକାଠି ସମୟର ସ୍ମୃତିକୁ ଫେରାଇ ଆଣିଛନ୍ତି ।
ଧର୍ମେନ୍ଦ୍ରଙ୍କ ବିଷୟରେ ହେମା କ’ଣ ଲେଖିଥିଲେ:
ଧର୍ମେନ୍ଦ୍ରଙ୍କୁ ମନେପକାଇ ସେ ଲଖିଛନ୍ତି ‘ଧରମ ଜୀ… ମୋତେ ବହୁତ ଭଲ ପାଉଥିଲେ।ସେ ଜଣେ ଭଲ ସ୍ବାମୀ , ଆମର ଦୁଇ ଝିଅ, ଇଶା ଏବଂ ଆହାନାଙ୍କ ପାଇଁ ଜଣେ ସ୍ନେହଶୀଳ ପିତା ଥିଲେ, ଜଣେ ବନ୍ଧୁ, ଜଣେ ଦାର୍ଶନିକ, ଜଣେ ମାର୍ଗଦର୍ଶକ, ଜଣେ କବି, ଆଉ ଏପରି ଜଣେ ବ୍ୟକ୍ତି ଯିଏ ମୋର ଆବଶ୍ୟକତା ସମୟରେ ସବୁବେଳେ ମୋ ପାଇଁ ଛିଡ଼ା ହୋଇ ଥିଲେ – ପ୍ରକୃତରେ, ସେ ମୋ ପାଇଁ ସବୁକିଛି ଥିଲେ। ସେ ମୋର ଭଲ ଏବଂ ଖରାପ ସମୟରେ ମୋତେ ସର୍ବଦା ସମର୍ଥନ କରୁଥିଲେ। ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ସ୍ୱଭାବ ଯୋଗୁଁ ସେ ସହଜରେ ମୋ ପରିବାରର ନିକଟତର ହୋଇଗଲେ। ଆଜି ତାଙ୍କର ଅନୁପସ୍ଥିତି ଆମ ସମସ୍ତଙ୍କୁ ଦୁଃଖ ଦେଉଛି । ମୁଁ ଯେଉଁ ବ୍ୟକ୍ତିଗତ କ୍ଷତି ସହିଛି ତାହା ଅବର୍ଣ୍ଣନୀୟ, ଏବଂ ସେ ଯେଉଁ ଶୂନ୍ୟସ୍ଥାନ ଛାଡିଛନ୍ତି ତାହା ମୋ ଜୀବନର ବାକି ସମୟ ପାଇଁ ମୋ ସହିତ ରହିବ’।
ଏହି ଯୋଡ଼ି ରିଲ ଏବଂ ରିଅଲରେ ଥିଲେ ସୁପରହିଟ୍ :
ତେବେ ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଯୋଡ଼ି ବୃତ୍ତିଗତ ଏବଂ ବ୍ୟକ୍ତିଗତ ଉଭୟ କ୍ଷେତ୍ରରେ ସୁପରହିଟ୍ ହୋଇଥିଲା। ସେମାନେ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ରିପୋର୍ଟ ଅନୁଯାୟୀ ସେମାନେ ପ୍ରାୟ ୩୫ଟି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଥିଲେ, ଯେଉଁଥିରୁ ଅନେକ ସଫଳ ହୋଇଥିଲା। ଧର୍ମେନ୍ଦ୍ରଙ୍କ ବିୟୋଗ ପରେ ତାଙ୍କ ଯୋଡ଼ିକୁ ଦର୍ଶକ ମନେପକାଉଛନ୍ତି ।
Comments are closed.