Latest Odisha News

‘ଡ୍ରଗ୍‌ସ ନିଅନ୍ତି ଏଲନ ମସ୍କ’, ଆବ୍ରମସନ୍ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ବାବଦରେ ବଡ଼ ଖୁଲାସା । ମସ୍କଙ୍କ ଆତ୍ମଜୀବନୀ ଲେଖିଥିବା ସେଠ୍ ଆବ୍ରମସନ୍ ଏହି ଖୁଲାସା କରିଛନ୍ତି । ମସ୍କ ଜଣେ ପାଗଳ, ଖୁବ ଶୀଘ୍ର ସେ ଆହୁରି ପାଗଳ ହୋଇଯାଇପାରନ୍ତି । ଅତ୍ୟଧିତ ଡ୍ରଗ୍‌ସ ଖାଇ ଖାଇ ତାଙ୍କ ମାନସିକ ସ୍ଥିତି ଆଦୌ ଭଲ ନାହିଁ ବୋଲି ଆବ୍ରସନ କହିଛନ୍ତି । ସେ ଆହୁରି କହିଛନ୍ତି, ଏଲନ୍ ମସ୍କଙ୍କ ବ୍ୟବହାର ଓ ଚାଲିଚଳଣ ମଧ୍ୟ ପୂରା ପାଗଳଙ୍କ ଭଳି । ତେଣୁ ଏଭଳି ସ୍ଥିତିରେ ଆମେରିକା ପ୍ରଶାସନ ଓ ସରକାର ତୁରନ୍ତ ସଜାଗ ହେବା ଦରକାର । ନଚେତ୍ ମସ୍କଙ୍କ ନିଷ୍ପତ୍ତି ପାଇଁ ଆମେରିକାକୁ ଭବିଷ୍ୟତରେ ହୁତ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି କହିଛନ୍ତି ସେଠ୍ ଆବ୍ରାମସନ୍ ।

ଗୋଟିଏ ସମୟରେ ଟେସ୍‌ଲା ଏବଂ ସ୍ପେସେକ୍ସ CEO ମସ୍କଙ୍କ ଆତ୍ମଜୀବନୀ ଲେଖିଥିବା ସେଠ୍ ଆବ୍ରାମସନ୍, ଗତ ଦୁଇବର୍ଷ ହେବ, ମସ୍କଙ୍କୁ ଅନ୍ ଲାଇନରେ ଟ୍ରାକ୍ କରୁଛନ୍ତି । ତାଙ୍କ ହାବଭାବ, ଆଚାର ବ୍ୟବହାର କିଛି ଭଲ ନାହିଁ । ତେଣୁ ମସ୍କ ହିଁ ଗୁରୁତର ଭାବେ ମାନସିକ ସ୍ତରରେ ଅସୁସ୍ଥ ବୋଲି କହିଛନ୍ତି ସେଠ୍ ଆବ୍ରାମସନ୍ । ମସ୍କଙ୍କ ସୋସିଆଲ୍ ସାଇଟ୍ Xରେ ଏମିତି ଉଲ୍ଲେଖ କରିଛନ୍ତି ଆବ୍ରାମସନ୍ । ଆସନ୍ତା ୨୦ ତାରିଖରେ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବେ ଡୋନାଲ୍‌ଡ ଟ୍ରମ୍ପ ।

ଟ୍ରମ୍ପ ପ୍ରଶାସନରେ ଡିପାର୍ଟମେଣ୍ଟ ଅପ୍ ଗମେଣ୍ଟ ଏଫିସିଏନ୍‌ସିର ନେତୃତ୍ବ ନେବାକୁ ଯାଉଛନ୍ତି ଏଲନ୍ ମସ୍କ । ତେବେ ମସ୍କଙ୍କୁ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବା ପୂର୍ବରୁ ଟ୍ରମ୍ପ ଭଲଭାବେ ଚିନ୍ତା କରିବା ଦରକାର ଏବଂ ବର୍ତ୍ତମାନର ବିଡେନ୍ ପ୍ରଶାସନ ମଧ୍ୟ ଅନୁରୂପ ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ସେଠ୍ ଆବ୍ରମସନ୍ । ମସ୍କଙ୍କ ପାଇଁ ଦରକାର ପଡ଼ିଲେ ଆମେରିକାର ଜାତୀୟ ସୁରକ୍ଷା ବିପଦରେ ପଡ଼ିପାରେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.