Latest Odisha News

BREAKING NEWS

ମ୍ୟାନ୍ ଅଫ୍ ଦି ମ୍ୟାଚକୁ ମିଳିଥାଏ କେତେ ଟଙ୍କା? ମ୍ୟାଚ୍ ଫିସଠୁ ଅଧିକ ନା କମ…

ନୂଆଦିଲ୍ଲୀ : ନିକଟରେ ମହିଳା ଓ୍ବାନଡେ ବିଶ୍ୱକପ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱକପ୍ ଟ୍ରଫି ନିଜ ନାମରେ କରିଛି। ଫାଇନାଲ୍ ମ୍ୟାଚ୍‌ରେ ଶେଫାଳୀ ବର୍ମା ଧମାକାଦାର ଇନିଂସ୍ ଖେଳି ଭାରତକୁ ବିଶ୍ୱ ବିଜେତା ବନାଇଥିଲେ। ଏହି ମ୍ୟାଚ୍‌ରେ ଶେଫାଳୀଙ୍କ ଅସାଧାରଣ ପ୍ରଦର୍ଶନ ପରେ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା।କ୍ରିକେଟ୍‌ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଜିତିବା ଯେକୌଣସି ଖେଳାଳିଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ଏହା କେବଳ ତାଙ୍କ ପ୍ରଦର୍ଶନର ସ୍ୱୀକୃତି ନୁହେଁ, ବରଂ ଏହା ସହିତ ମିଳୁଥିବା ପୁରସ୍କାର ରାଶି ମଧ୍ୟ ଖେଳାଳିମାନଙ୍କ ପାଇଁ ବଡ଼ କଥା। ଆପଣ କେବେ ଭାବିଛନ୍ତି କି ଅନ୍ତର୍ଜାତୀୟ ଓ ଲିଗ୍ ମ୍ୟାଚ୍‌ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ମିଳୁଥିବା ଟଙ୍କା କେତେ ଓ ଏହା ଖେଳାଳିଙ୍କ ମ୍ୟାଚ୍ ଫିସ୍‌ଠାରୁ କେତେ ଭିନ୍ନ? ଆସନ୍ତୁ ଆଜି ଆମେ ଆପଣଙ୍କୁ କହୁଛୁ ଯେ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌କୁ କେତେ ଅଧିକ ଟଙ୍କା ମିଳେ ଓ ଏହା ମ୍ୟାଚ୍ ଫିସ୍‌ଠାରୁ କେତେ କମ୍।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ର ଟଙ୍କା

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ର ଟଙ୍କା ଖେଳର ଫର୍ମାଟ୍ ଅନୁଯାୟୀ ନିର୍ଦ୍ଧାରଣ ହୋଇଥାଏ। ଯେମିତି ଟେଷ୍ଟ ମ୍ୟାଚ୍‌ରେ ଖେଳାଳିମାନଙ୍କୁ ସାଧାରଣତଃ ୧୦୦୦ରୁ ୧୦,୦୦୦ ଆମେରିକୀୟ ଡଲାର୍ ପର୍ଯ୍ୟନ୍ତ ମିଳିଥାଏ। ତଥାପି, ଏସେସ୍ ଭଳି ଉଚ୍ଚ ପ୍ରୋଫାଇଲ୍ ସିରିଜ୍‌ରେ ଏହି ରାଶି ଆହୁରି ଅଧିକ ହୋଇଥାଏ। ଅନ୍ୟପକ୍ଷରେ ଓ୍ବାନଡେ ମ୍ୟାଚ୍‌ରେ ଏହି ପୁରସ୍କାର ରାଶି ୨,୦୦୦ରୁ ୧୫ ହଜାର ଡଲାର୍ ପର୍ଯ୍ୟନ୍ତ ହୋଇଥାଏ। ଆଇସିସି ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଏହି ରାଶି ୧୦ ହଜାର ଡଲାର୍ କିମ୍ବା ତା’ଠାରୁ ଅଧିକ ହୋଇଥାଏ। ଏହା ବ୍ୟତୀତ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌କୁ ୨,୫୦୦ରୁ ୨୦ ହଜାର ଡଲାର୍ ପର୍ଯ୍ୟନ୍ତ ଦିଆଯାଏ। ଆଇସିସି ଟି-୨୦ ବିଶ୍ୱକପ୍ ଭଳି ମୁକାବିଲାରେ ଏହି ରାଶି ୫୦ ହଜାର ଡଲାର୍ ପର୍ଯ୍ୟନ୍ତ ପହଞ୍ଚିଯାଏ।

ଘରୋଇ ଓ ଫ୍ରାଞ୍ଚାଇଜି ଲିଗ୍‌ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ର ରାଶି

ଘରୋଇ ଟୁର୍ଣ୍ଣାମେଣ୍ଟ ଓ ଫ୍ରାଞ୍ଚାଇଜି ଲିଗ୍ ଯେମିତି ଆଇପିଏଲ୍‌ରେ ମଧ୍ୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପାଇଁ ପୁରସ୍କାର ଜାତୀୟ ସ୍ତରରେ ନିର୍ଦ୍ଧାରଣ ହୋଇଥାଏ। ଏଥିରେ ଆଇପିଏଲ୍‌ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌କୁ ସାଧାରଣତଃ ୧ ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଏ। ବିଗ୍ ବ୍ୟାଶ୍ ଲିଗ୍‌ରେ ଏହି ରାଶି ପ୍ରାୟ ୬୫,୦୦୦ ହୋଇଥାଏ। ଏହା ବ୍ୟତୀତ ପିଏସ୍‌ଏଲ୍‌ରେ ମଧ୍ୟ ଏହି ରାଶି ପ୍ରାୟ ସମାନ ରହିଥାଏ, କିନ୍ତୁ ସ୍ପନ୍ସର୍ ଆଧାରରେ ଏହି ଟଙ୍କା ଅଧିକ କିମ୍ବା କମ୍ ହୋଇଥାଏ। ମୋଟାମୋଟି ଭାବେ ଆପଣ ଏପରି ଭାବିପାରନ୍ତି ଯେ ଯେକୌଣସି ଲିଗ୍‌ର ଲୋକପ୍ରିୟତା ଓ ସ୍ପନ୍ସରଶିପ୍ ଆଧାରରେ ପୁରସ୍କାର ରାଶି ନିର୍ଦ୍ଧାରଣ ହୋଇଥାଏ।

Comments are closed.