ଭୁବନେଶ୍ୱର: ଆଧୁନିକ ଯୁଗରେ ଟିଭି ଦେଖିବାର ପଦ୍ଧତି ପରିବର୍ତ୍ତନ ହୋଇଛି। ଆପଣ ଘରେ ବସି ଆମେରିକାର ରଗ୍ବି ମ୍ୟାଚ୍ କିମ୍ବା କୋରିଆର ଡ୍ରାମା ସିରିଜ୍ ଦେଖିବାକୁ ଚାହାଁନ୍ତି? ଏହା ଏବେ ସହଜ ଏବଂ ମୁକ୍ତରେ ଦେଖିପାରିବେ। କୌଣସି OTT ପ୍ଲାଟଫର୍ମ ସବ୍ସ୍କ୍ରିପ୍ସନ୍ ନୁହେଁ, କୌଣସି ଟଙ୍କା ନୁହେଁ—କେବଳ ଆପଣଙ୍କ ମୋବାଇଲ୍ କିମ୍ବା ଲ୍ୟାପଟପ୍ରେ ଏକ ବ୍ରାଉଜର୍ ଖୋଲିଲେ ସବୁ ଦେଖିପାରିବେ। ବିଶ୍ୱର ଯେକୌଣସି ସ୍ପୋର୍ଟ୍ସ, ନ୍ୟୁଜ୍ କିମ୍ବା ମନରୋଞ୍ଜନ ଚ୍ୟାନେଲ୍ ଦେଖିବାକୁ ପାଇବେ। ଆସନ୍ତୁ ଜାଣିବା ଏହା କେମିତି କରିବେ।
https://youtu.be/fbZ5tEz3WSM?si=b_iAJOgYvYiogwIE
ଅନ୍ୟ ଦେଶର ଟିଭି ଚ୍ୟାନେଲ୍ କେମିତି ଦେଖିବେ?
ଏହା ସହଜ ଏବଂ ଏକ କ୍ଲିକରେ ସମ୍ଭବ। ପ୍ରଥମେ ଆପଣଙ୍କ ମୋବାଇଲ୍ କିମ୍ବା ଲ୍ୟାପଟପ୍ରେ ଯେକୌଠାରୁ ବ୍ରାଉଜର୍ (ଯେମିତି Chrome କିମ୍ବା Firefox) ଖୋଲନ୍ତୁ। ସର୍ଚ୍ ବାରରେ “TV Garden” ଟାଇପ୍ କରନ୍ତୁ ଏବଂ ପ୍ରଥମ ଲିଙ୍କ୍ (tv.garden) ଉପରେ କ୍ଲିକ୍ କରନ୍ତୁ। ଏହା ଆପଣଙ୍କୁ TV Gardenର ହୋମ୍ ପେଜ୍ରେ ନେଇଯିବ। ଏହି ପ୍ଲାଟଫର୍ମ ବିଶ୍ୱର ସହସ୍ରାଧିକ ଚ୍ୟାନେଲ୍କୁ ଏକତ୍ରିତ କରିଛି, ଯାହା ଆପଣଙ୍କୁ ମୁକ୍ତରେ ଲାଇଭ୍ ସ୍ଟ୍ରିମିଂ କରିବାକୁ ଦିଏ।
ପସନ୍ଦର ଦେଶ ଏମିତି ଚୟନ କରନ୍ତୁ?
ହୋମ୍ ପେଜ୍ରେ ଏକ ଆକର୍ଷଣୀୟ 3D ଗ୍ଲୋବ୍ ଦେଖାଯିବ, ଯେଉଁଠାରେ ବିଭିନ୍ନ ରଙ୍ଗରେ ଦେଶଗୁଡ଼ିକୁ ଚିହ୍ନିତ କରାଯାଇଛି। ଆପଣ ଗ୍ଲୋବ୍ରେ କ୍ଲିକ୍ କରି ପସନ୍ଦର ଦେଶ ଚୟନ କରିପାରିବେ। ଅନ୍ୟପକ୍ଷରେ ଦେଶଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ଦିଆଯାଇଛି—ସ୍କ୍ରୋଲ୍ କରନ୍ତୁ କିମ୍ବା ସର୍ଚ୍ ବାରରେ ଦେଶର ନାମ୍ ଲେଖନ୍ତୁ। ଦେଶ ଚୟନ କରିବା ପୂର୍ବରୁ ସେଠାର ସମସ୍ତ ଟିଭି ଚ୍ୟାନେଲ୍କର ତାଲିକା ପ୍ରଦର୍ଶିତ ହେବ। ପ୍ରତ୍ୟେକ ଚ୍ୟାନେଲ୍ ସହିତ ଭାଷା ମଧ୍ୟ ଉଲ୍ଲେଖ କରାଯାଇଛି (ଯେମିତି English, Hindi, Korean)। ପସନ୍ଦର ଚ୍ୟାନେଲ୍ ଉପରେ କ୍ଲିକ୍ କରନ୍ତୁ—ସ୍ଟ୍ରିମ୍ ସହଜରେ ଆରମ୍ଭ ହୋଇଯିବ। ଏହା HLS, DASH ଓ MP4 ଫର୍ମାଟ୍କୁ ସପୋର୍ଟ୍ କରେ, ଯାହା ସୁନ୍ଦର କ୍ୱାଲିଟିରେ ଚାଲିଥାଏ।
Comments are closed.