ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ଅନ୍ତରବା ଅଞ୍ଚଳର ପ୍ରଫୁଲ୍ଲ ସାହୁ (୫୯), ନକୁଳ ଗମାଙ୍ଗ (୨୮) ଓ ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳର ତାରିଣୀ ଜେନା (୨୫)। ପ୍ରତିଦିନ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ବିପୁଳ ପରିମାଣର ଚୋରା ମଦ କାରବାର ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହାପରେ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ସଦର ଅଧିକାରୀ ଅର୍ଜୁନ ମଲ୍ଲିକ ଏବଂ ତାଙ୍କ ଟିମ ଡେଙ୍ଗାପଦର ନିକଟରେ ଗାଡି ଯାଞ୍ଚ କରୁଥିଲେ। ଏହି ସମୟରେ ରାସ୍ତା ଦେଇ ଯାଉଥିବା ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ (ଓଡି ୦୭ ୟୁ ୬୪୧୬)କୁ ଅଟକାଇଥିଲେ। ଗାଡ଼ିରେ ରେସନ ସାମଗ୍ରୀ ତଳେ ମଦ ରହିଥିଲା। ବିଭାଗ ପକ୍ଷରୁ ସେହି ବ୍ୟକ୍ତି ଓ ତାଙ୍କ ସହଯୋଗୀକୁ ଗିରଫ କରିବା ସହ ପୁଣିଥରେ ମଦ ମଗାଇବାକୁ କହିଥିଲେ। ଏହାପରେ ଜଣେ ଯୁବକ ସ୍କୁଟି ଗାଡି (ଓଡି ୦୭ ଇ୨୦୧୦) ରେ ପୁଣି ଏକ ପେଢୀ ମଦ ନେଇ ଆସିଥିଲେ। ସେମାନଙ୍କ ଠାରୁ ସୂଚନା ପାଇ ସହର ଉପକଣ୍ଠ ଗୌରାଙ୍ଗ ବିହାରର ଏକ ଭଡା ଘରେ ଚଢ଼ଉ କରାଯାଇ ମଦ ଜବତ କରାଯାଇଥିଲା। ବିଭାଗ ପକ୍ଷରୁ ୨୦୮ଟି ବୋତଲ ମଦ, ହୋମିଓପାଥିକ ସ୍ପିରିଟ ୬ ଲିଟର, ୪ ଶହ ଖାଲି ବୋତଲ, ସରକାରୀ ଲେବଲ ସହିତ ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଏ ନେଇ ବିଭାଗ ପକ୍ଷରୁ ୫୧/୨୨ରେ ଏକ ମାମଲାରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ କହିଛନ୍ତି।
BREAKING NEWS
- winter counter-terrorism operations: ୩୦ରୁ ୩୫ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ; ତୁଷାରପାତରେ ଭାରତୀୟ ସେନା ଆରମ୍ଭ କଲା ସ୍ୱତନ୍ତ୍ର ଅପରେସନ୍
- Earthquake:ତାଇୱାନରେ ୭.୦ ତୀବ୍ରତାର ଭୂମିକମ୍ପ, ଦୋହଲିଗଲା କୋଠାଘର
- Year Ender 2025: ଚଳିତବର୍ଷ ସମଗ୍ର ଦେଶକୁ ସ୍ତବ୍ଧ କରିଦେଲା ଏହି ପାଞ୍ଚ ବଡ ଘଟଣା… ଚାଲିଗଲା ଶହଶହ ଜୀବନ
- ମହିଳା ଅସଦାଚରଣରେ ଓଡିଶା ଏକ ନମ୍ବର: ବିଜେଡି
- ୨୦୩୦ ସୁଦ୍ଧା ଭୁବନେଶ୍ୱର,ପୁରୀରେ ରେଳ ଚଳାଚଳ କ୍ଷମତା ହେବ ଦ୍ୱିଗୁଣ
- ପାଦରୁ ଜଣାପଡ଼ିବ ମଧୁମେହ ହୋଇଛି କି ନାହିଁ, ଜାଣିରଖନ୍ତୁ ଏହି ସଙ୍କେତ
- କେଉଁ କେଉଁ ଦଶକୁ ଋଣ ଦେଇଥାଏ ଭାରତ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
- ମୃତ୍ୟୁ ପରେ ବଞ୍ଚି ରହନ୍ତି ଏମାନେ, ଜାଣନ୍ତୁ କଣ ଏହି ‘ଥର୍ଡ ଷ୍ଟେଟ୍’
- ଆପଣଙ୍କ ଫୋନ ବି ଥରି ଉଠିବ ! Googleରେ ଲେଖିଦିଅନ୍ତୁ ଏହି ଶବ୍ଦ ତା’ପରେ…
- ନକ୍ସଲ ହିଂସା: ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ଇନଫର୍ମର କହି ହତ୍ୟା
Comments are closed.