ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲ୍’ର ବୈଠକରେ ଟ୍ୟାକ୍ସ୍ ସ୍ଲାବରେ ବହୁତ ବଡ଼ ପରିବର୍ତ୍ତନ ଘଟିଛି। ଏବେ ଜିଏସଟିରେ କେବଳ ଦୁଇଟି ସ୍ଲାବ୍ ରହିଛି, ଯେଉଁଠାରେ ୧୨ ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବ୍କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି। ଅର୍ଥମନ୍ତ୍ରୀ ପ୍ରେସ୍ କନ୍ଫରେନ୍ସ୍’ରେ କହିଛନ୍ତି ଯେ ଯଦି ଆପଣ ହଜାର ଟଙ୍କାର ଚପ୍ପଲ୍ କିଣୁଛନ୍ତି, ତେବେ ଆଗରୁ କେତେ ଜିଏସଟି ଦେବାକୁ ପଡ଼ୁଥିଲା ଏବଂ ନୂଆ ସ୍ଲାବ୍ ଲାଗୁ ହେବାପରେ କେତେ ଜିଏସଟି ଲଗାଯିବ।
ଫୁଟୱେୟର୍’ରେ ଏବେ କେତେ ପ୍ରତିଶତ ଜିଏସଟି ଲଗାଯିବ?
ଜିଏସଟି କାଉନସିଲ୍’ର ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର (୩ ସେପ୍ଟେମ୍ବର, ୨୦୨୫) ବିତ୍ତ ମନ୍ତ୍ରାଳୟର ରେଭେନ୍ୟୁ ବିଭାଗର ସଚିବ ଅରବିନ୍ଦ ଶ୍ରୀବାସ୍ତବ ଏବଂ ଅନ୍ୟ ଅଧିକାରୀଙ୍କ ସହିତ ପ୍ରେସ୍ ବ୍ରିଫିଂ କରିଛନ୍ତି। ଏହି ସମୟରେ ରେଭେନ୍ୟୁ ବିଭାଗର ସଚିବ ଅରବିନ୍ଦ ଶ୍ରୀବାସ୍ତବ ଫୁଟୱେୟର୍’ରେ ଲଗୁଥିବା ଟ୍ୟାକ୍ସ୍ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ଯାଏ ୧୦୦୦ ଟଙ୍କାର ଫୁଟୱେୟର୍ କିଣିବାରେ ଗ୍ରାହକମାନଙ୍କ ଉପରେ ୧୨ ପ୍ରତିଶତ ଟ୍ୟାକ୍ସ୍ ଲଗୁଥିଲା ଏବଂ ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଫୁଟୱେୟରକୁ କିଣିବାରେ ୧୮ ପ୍ରତିଶତ ଜିଏସଟି ଚାର୍ଜ୍ ହୋଇଥିଲା।’ ସେ ଆହୁରି କହିଛନ୍ତି, ‘କାରଣ ଏବେ ୧୨ ପ୍ରତିଶତର ଟ୍ୟାକ୍ସ୍ ସ୍ଲାବ୍ ବନ୍ଦ କରାଯାଇଛି। ତେଣୁ ନୂଆ ଟ୍ୟାକ୍ସ୍ ସ୍ଲାବ୍’ର ଅନୁସାରେ, ବାର୍ତ୍ତମାନଠାରୁ ୨୫୦୦ ଟଙ୍କା ଯାଏ ଫୁଟୱେୟର୍’ରେ ୫ ପ୍ରତିଶତ ଜିଏସଟି ଲଗାଯିବ ଏବଂ ୨୫୦୦ ଟଙ୍କାରୁ ଅଧିକ ମୂଲ୍ୟର ଫୁଟୱେୟର୍’ରେ ୧୮ ପ୍ରତିଶତ ଜିଏସଟି ଲଗାଯିବ। ’
ଛୋଟରୁ ବଡ଼ କାର୍’ରେ କେତେ ଜିଏସଟି ଦେବାକୁ ପଡ଼ିବ?
ବିତ୍ତ ମନ୍ତ୍ରାଳୟର ରାଜସ୍ୱ ବିଭାଗର ସଚିବ ଅରବିନ୍ଦ ଶ୍ରୀବାସ୍ତବ ଛୋଟରୁ ବଡ଼ କାର୍’ରେ ଲଗୁଥିବା ଜିଏସଟି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଛୋଟ କାର୍’ରେ ୧ ୮ ପ୍ରତିଶତ ଜିଏସଟି ଲଗାଯିବ। ଏହାଛଡା, ଅନ୍ୟ ସମସ୍ତ କାର୍’ରେ ୪୦ ପ୍ରତିଶତ ଜିଏସଟି ଚାର୍ଜ୍ ହେବ।’ କିନ୍ତୁ, ସେ ଆହୁରି କହିଛନ୍ତି ଯେ ଛୋଟ କାର୍ ପାଇଁ ଯେଉଁ ମାପଦଣ୍ଡ କେନ୍ଦ୍ରୀୟ ସଡ଼କ, ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ନିର୍ଦ୍ଧାରଣ କରିଛି, ସେହି ମୁତାବକ୍ ଯେଉଁ କାର୍ ଛୋଟ ହୋଇଥାଏ, ସେଠାରେ ୧୮ ପ୍ରତିଶତ ଜିଏସଟି ଲଗାଯିବ। ପରିବହନ ମନ୍ତ୍ରାଳୟର ଅନୁସାରେ, ପେଟ୍ରୋଲ୍ ପାଇଁ ୧୨୦୦ ସିସି ଏବଂ ଡିଜେଲ୍ ପାଇଁ ୧୫୦୦ ସିସିର କାର ଭାବେ ଗଣାଯାଏ। ଆମେ ଏଥିପାଇଁ କୌଣସି ନୂଆ ମାପଦଣ୍ଡ ନିର୍ଦ୍ଧାରଣ କରିନାହୁଁ।’
Comments are closed.