Latest Odisha News

BREAKING NEWS

Imran khan update : ଇମ୍ରାନଙ୍କୁ ଭେଟିଲେ ଭଉଣୀ, ଇମ୍ରାନ କହିଲେ ‘ମାରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର’…

ନୂଆଦିଲ୍ଲୀ: ଜେଲରେ ଇମ୍ରାନଙ୍କୁ ଭେଟିଲେ ତାଙ୍କ ଉଉଣୀ । ଇମ୍ରାନ କହିଲେ ତାଙ୍କୁ ମାରିବାକୁ ଚାଲିଛି ଷଡ଼ଯନ୍ତ୍ର । ଭାଇ -ଭଉଣୀ ମିଶି ନେଲେ ବଡ଼ ନିଷ୍ପତ୍ତି । ଜେଲରୁ ବାହାରି ଇମ୍ରାନଙ୍କ ଭଉଣୀ କଲେ ବଡ଼ ଖୁଲାସା ।ପ୍ରାୟ ଗୋଟିଏ ମାସ ପରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଭଉଣୀ ଡକ୍ଟର ଉଜମା ଖାତୁନଙ୍କୁ ଭେଟିବା ପାଇଁ ଅନୁମତି ମିଳିଛି। ୨୦ ମିନିଟ ପାଇଁ ଇମ୍ରାନଙ୍କୁ ଦେଖାକରିବାର ଅନୁମତି ତାଙ୍କୁ ମିଳଥିଲା । ଏହି ସାକ୍ଷାତ ଏପରି ସମୟରେ ହୋଇଥିଲା ଯେତେବେଳେ ଇମ୍ରାନ ଖାନଙ୍କ ମୃତ୍ୟୁକୁ ନେଇ ଗୁଜବ ଏବଂ ଆଲୋଚନା ଆରମ୍ଭ ହୋଇଥିଲା। ଆଦିଆଲା ଜେଲ ବାହାରେ ବିରୋଧ ପ୍ରଦର୍ଶନ ମଧ୍ୟରେ, ଇମ୍ରାନ ଖାନଙ୍କ ଭଉଣୀ ଡକ୍ଟର ଉଜମା ଖାନଙ୍କୁ ଶେଷରେ ଜେଲ ପ୍ରଶାସନ ଭିତରକୁ ଡକାଯାଇଥିଲା।

ତେବେ ଇମ୍ରାନ ଖାନ ଜୀବିତ ଅଛନ୍ତି… ଜେଲରେ ତାଙ୍କୁ ଭେଟିବା ପରେ ତାଙ୍କ ଭଉଣୀ ଉଜମା ଏହା ନିଶ୍ଚିତ କରିଛନ୍ତି। ତଥାପି, ଜେଲରୁ ବାହାରିବା ପରେ ସେ କହିଥିଲେ ଯେ ଇମ୍ରାନଙ୍କୁ ମାନସିକ ନିର୍ୟାତନା ଦିଆଯାଉଥିଲା। ଉଜମା କହିଥିଲେ ଯେ ତାଙ୍କ ଭାଇ ବହୁତ ରାଗିଥିଲେ ଏବଂ ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ସେ କିପରି ଜେଲକୁ ନିୟନ୍ତ୍ରଣ କରୁଥିଲେ ତାହା ବର୍ଣ୍ଣନା କରିଥିଲେ। ଏବେ, ଇମ୍ରାନଙ୍କ ଦଳ ଜେଲରେ ୨୦ ମିନିଟର ଆଲୋଚନା ସମୟରେ ଇମ୍ରାନ ଏବଂ ତାଙ୍କ ଭଉଣୀ ଉଜମାଙ୍କ ମଧ୍ୟରେ କ’ଣ ଘଟିଥିଲା ସେ ବିଷୟରେ ଏକ ବିବୃତ୍ତି ଜାରି କରିଛି। ଏହି ଆଲୋଚନାରେ ଇମ୍ରାନ ସ୍ପଷ୍ଟ ଭାବରେ କହିଥିଲେ ଯେ ତାଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି।

ଉଜମା ଖାନ ଏବଂ ଇମ୍ରାନ ଖାନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ପିଟିଆଇ ଏକ ବିବୃତ୍ତି ଜାରି କରିଛି। ଦଳ କହିଛି ଯେ ଇମ୍ରାନ ଖାନଙ୍କୁ ମନଇଚ୍ଛା ୮୫୦ ଦିନ ପାଇଁ ଜେଲରେ ରଖାଯାଇଛି ଏବଂ ତାଙ୍କର ଅଟକ ଜାତିସଂଘର ମଣ୍ଡେଲା ନିୟମ ଉଲ୍ଲଂଘନ କରୁଛି। ଜେଲରୁ ଇମ୍ରାନ ଖାନଙ୍କ କିଛି ଅଭିଯୋଗ କରିଛନ୍ତି ସେଗୁଡ଼ିକ ହେଲା :
୧. ଇମ୍ରାନ ଖାନ ଅଭିଯୋଗ କରିଥିଲେ ଯେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ସରକାର ତାଙ୍କୁ ବେଆଇନ ଭାବରେ ଅଟକ ରଖୁଛନ୍ତି ଏବଂ ଏବେ ସେମାନଙ୍କ ପାଖରେ ‘ମୋତେ ହତ୍ୟା କରିବା ବ୍ୟତୀତ ଆଉ କିଛି ବାଟ ନାହିଁ’।
୨. ସେ କହିଥିଲେ ଯେ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର ହେବାକୁ ଯାଉଛି, ତେଣୁ ତାଙ୍କୁ ସାମରିକ ଅଦାଲତକୁ ନେବା ପାଇଁ ପ୍ରସ୍ତୁତି କରାଯାଉଛି।
୩. ଇମ୍ରାନ ଖାନ ଦାବି କରିଥିଲେ ଯେ ତାଙ୍କ ଜେଲର ସମସ୍ତ ବ୍ୟବସ୍ଥା ଓଝଓ ନିୟନ୍ତ୍ରଣରେ ଅଛି ଏବଂ ଯଦି ତାଙ୍କୁ କିଛି ହୁଏ ତେବେ ସେନା ମୁଖ୍ୟ ଏବଂ ଊଏ ଓଝଓ ଦାୟୀ ରହିବେ। ତାଙ୍କୁ ଏକାକୀ ବନ୍ଦୀଗୃହରେ ରଖାଯାଇଥିଲା, ମେତେ କଷ୍ଟ ଦେବା ପାଇଁ କୋଠରୀକୁ ସବୁବେଳେ ଗରମ ରଖାଯାଉଥିଲା।
୫. ନିଜର ଯନ୍ତ୍ରଣା ପ୍ରକାଶ କରି ଇମ୍ରାନ କହିଥିଲେ ଯେ ତାଙ୍କୁ ପିଲାମାନଙ୍କ ସହ କଥା ହେବାକୁ ଅନୁମତି ନାହିଁ ଏବଂ ତାଙ୍କୁ ମୃତ୍ୟୁଦଣ୍ଡରେ ଥିବା କଏଦୀଙ୍କ ଭଳି ବ୍ୟବହାର କରାଯାଉଛି।
୬. ସେ କହିଥିଲେ ଯେ ତାଙ୍କୁ ଏକ ପିଞ୍ଜରାରେ ବନ୍ଦ କରି ରଖାଯାଇଥିଲା, ପାଞ୍ଚ ଦିନ ପାଇଁ ବିଦ୍ୟୁତ୍ କାଟ କରାଯାଇଥିଲା ଏବଂ କିଛି ଦିନ ପାଇଁ ବୈଠକ ବନ୍ଦ କରାଯାଇଥିଲା।
୭. ଇମ୍ରାନ ଖାନ କହିଛନ୍ତି ଯେ ସେ କୌଣସି ମୂଲ୍ୟରେ ‘ଏକାଧିକାର’ ଗ୍ରହଣ କରିବେ ନାହିଁ ଏବଂ ଯେତେଦିନ ପର୍ୟ୍ୟନ୍ତ ଲଢ଼େଇ ଜାରି ରହିବ।
୮. ସେ ପୁନରାବୃତ୍ତି କଲେ ଯେ ଯଦି ଜେଲରେ ତାଙ୍କ ସହିତ କିଛି ହୁଏ, ତେବେ ଅସୀମ ମୁନିର ଏଥିପାଇଁ ଦାୟୀ ରହିବେ, ଏବଂ ଦେଶରେ ଆଇନ ନୁହେଁ ବରଂ ‘ଅସୀମ ଆଇନ’ ଚାଲିଛି।
ଆଦିଆଲା ଜେଲ ପରିସରର ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜେଲକୁ ଯାଉଥିବା ସମସ୍ତ ରାସ୍ତାକୁ କଣ୍ଟେନର ଏବଂ ଟ୍ରକ ସହିତ ଅବରୋଧ କରାଯାଇଛି। ସମସ୍ତ ରାସ୍ତାରେ ପୋଲିସ ଏବଂ ରେଞ୍ଜର୍ସଙ୍କୁ କଡ଼ା ମୁତୟନ କରାଯାଇଛି।

Leave A Reply

Your email address will not be published.