Latest Odisha News

BREAKING NEWS

ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ ଗୁଜରାଟ ମନ୍ତ୍ରୀ, ତାଙ୍କ ସମ୍ପନ୍ତି ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ଗୁଜରାଟରେ ଆଜି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେଉଛି। ଏଥିପାଇଁ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଆଉ ଆଜି ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ ପ୍ରାୟ ୨୫ ଜଣ ନୂଆ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ଏହି ନୂଆ ମନ୍ତ୍ରୀଙ୍କ ମଧ୍ୟରେ କ୍ରିକେଟର ବରିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ସାମିଲ ହୋଇଛନ୍ତି । ସେ ଗୁଜରାଟର ଜାମନଗର ନର୍ଥ ଆସନରୁ ବିଧାୟକ ଅଛନ୍ତି । ତାଙ୍କୁ ଜଣେ ମହିଳା ଏବଂ ଯୁବ ନେତ୍ରୀ ଭାବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି। ଏହା ମଧ୍ୟରେ ରିବାବାଙ୍କ ଆୟକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି ।

https://youtu.be/rjs2HHIrDdg?si=qg5A1elDz4NW7FRa

ରିବାବା ଜାଡେଜା ଜାମନଗର ଉତ୍ତର ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ। ତାଙ୍କୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ସହିତ ଦରମା ମଧ୍ୟ ମିଳେ। ଏବେ ସେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବାରୁ ତାଙ୍କ ଆୟ ଆହୁରି ବୃଦ୍ଧି ପାଇପାରେ। ରାଜନୀତି ବ୍ୟତୀତ ରିବାବା ତାଙ୍କ ପରିବାରର ବ୍ୟବସାୟରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରନ୍ତି। ଜାମନଗରର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ‘ଜାଡୁଜ୍ ଫୁଡ୍ ଫିଲ୍ଡ’ରେ ତାଙ୍କର ୫୦% ଅଂଶୀଦାରୀ ରହିଛି। ଏହି ବ୍ୟବସାୟ ତାଙ୍କ ପାଇଁ ଏକ ସ୍ଥିର ଆୟର ଉତ୍ସ ତଥା ତାଙ୍କ ଉଦ୍ୟମଶୀଳତା ଦକ୍ଷତାକୁ ମଧ୍ୟ ପ୍ରତିଫଳିତ କରେ। ଏହି ବ୍ୟବସାୟ ମାଧ୍ୟମରେ ସେ ରାଜନୈତିକ କ୍ୟାରିଅର ବାହାରେ ଆୟରେ ବୃଦ୍ଧି ଏବଂ ବିବିଧତା ଆଣିଛନ୍ତି।

ରିବାବା ଜାଡେଜାଙ୍କ ଆୟର ଆଉ ଏକ ଉତ୍ସ ହେଉଛି ପାରିବାରିକ ସମ୍ପତ୍ତି। ଏଥିରେ ଚଳନ୍ତି ଓ ଅଚଳ ସମ୍ପତ୍ତି ଉଭୟ ସାମିଲ ରହିଛି। ନିର୍ବାଚନ ସମୟରେ ଘୋଷିତ ଏହି ସମ୍ପତ୍ତିଗୁଡ଼ିକ ତାଙ୍କ ବ୍ୟକ୍ତିଗତ ଆୟଠାରୁ ଅଲଗା, କିନ୍ତୁ ଜାଡେଜା ପରିବାରର ମୋଟ ସମ୍ପତ୍ତିରେ ଯୋଗଦାନ କରେ। ଏହା ବ୍ୟତୀତ, ତାଙ୍କ ସ୍ୱାମୀ ରବିନ୍ଦ୍ର ଜାଡେଜାଙ୍କ ଆୟ ଓ ନିବେଶ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରେ। ୨୦୨୨ ଗୁଜରାଟ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିବା ହଲଫନାମା ଅନୁଯାୟୀ, ତାଙ୍କର ବାର୍ଷିକ ଆୟ ୬.୨୦ ଲକ୍ଷ ଟଙ୍କା ଥିଲା। ଏହା ସହିତ ତାଙ୍କ ନିକଟରେ ୩୪.୮୦ ଲକ୍ଷ ଟଙ୍କାର ସୁନା, ୧୪.୮୦ ଲକ୍ଷ ଟଙ୍କାର ହୀରା ଏବଂ ପ୍ରାୟ ୮ ଲକ୍ଷ ଟଙ୍କାର ରୂପା ଅଳଙ୍କାର ରହିଛି।

ରିବାବା ମାର୍ଚ୍ଚ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ବିଜେପିରେ ଯୋଗଦେବା ପୂର୍ବରୁ ରିବାବା ରାଜପୂତ ସମୁଦାୟର ସଂଗଠନ ‘କର୍ଣ୍ଣୀ ସେନା’ର ମହିଳା ଶାଖାର ମୁଖ୍ୟ ଥିଲେ। ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ ସେ ଜାମନଗର ଉତ୍ତର ଆସନରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ୮୮,୧୧୦ ଭୋଟ ପାଇ ବିଧାୟକ ଭାବେ ଶପଥ ନେଇଥିଲେ। ଏବେ ତାଙ୍କୁ ଗୁଜରାଟ ସରକାରରେ ମନ୍ତ୍ରୀ ପଦ ମିଳିଛି।

 

Comments are closed.