ବ୍ରହ୍ମପୁର: ବ୍ରହ୍ମପୁର ସହର ପାଣିଗ୍ରାହୀପେଣ୍ଠ ବ୍ରଜରାଜନଗର ତୃତୀୟ ଗଳିର ଅନ୍ତର୍ଯ୍ୟାମୀ ପାତ୍ର ଏବଂ ମନସ୍ବିନୀ ପାତ୍ରଙ୍କ ଝିଅ ଅନ୍ନପୂର୍ଣ୍ଣା ଇଣ୍ଡିଆ ବୁକ୍ ଅଫ୍ ରେଡର୍କରେ ସ୍ଥାନ ପାଇଛନ୍ତି। ଭାରତର ସମସ୍ତ ରାଷ୍ଟ୍ରପତିଙ୍କ ନାମକୁ ମାତ୍ର ୧୬.୨୫ ସେକଣ୍ଡରେ ଉଚ୍ଚାରଣ କରି ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି ଅନ୍ନପୂର୍ଣ୍ଣା। ମାତ୍ର ୫ ବର୍ଷ ୯ ମାସ ବୟସରେ ଏହି ସଫଳତାକୁ ନେଇ ସବୁଆଡ଼ୁ ପ୍ରଶଂସା କରାଯାଉଛି। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ସେପ୍ଟେମ୍ବର ୨୦ ତାରିଖରେ ଆବେଦନ କରିଥିଲେ। ବର୍ତ୍ତମାନ ପ୍ରମାଣପତ୍ର ସହିତ ମେଡ଼ାଲ, ମେଟାଲ ପେନ, ଇଣ୍ଡିଆ ବୁକ ଅଫ ରେକର୍ଡର ବ୍ୟାଜ୍ ଏବଂ ଆଇକାର୍ଡ ଆସିଛି। ଅନ୍ନପୂର୍ଣ୍ଣାଙ୍କ ସଫଳତା ପାଇଁ ମା ମନସ୍ବିନୀ ଅନେକ ଦିନ ପର୍ଯ୍ୟନ୍ତ ପରିଶ୍ରମ କରିଥିଲେ। ତାଙ୍କୁ ନିୟମିତ ତାଲିମ୍ ଦେଉଥିଲେ। ଏକ ଘରୋଇ ସ୍କୁଲରେ ୟୁକେଜି ପଢ଼ୁଥିବା ଅନ୍ନପୂର୍ଣ୍ଣାଙ୍କୁ ଅନେକ ସ୍ଥାନରୁ ଶୁଭେଚ୍ଛା ମିଳୁଛି।
BREAKING NEWS
- ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କଲେ ମନ୍ତ୍ରୀ ସୁରେଶ ପୂଜାରୀ
- ନିଟ୍-ଏମଡିଏସ୍ ଏବଂ ନିଟ୍-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା
- Universe Destruction Signs: କିଛି ନୂଆ ବିପଦର ସଂକେତ ଦେଉଛି କି ମହାକାଶ? ସୂର୍ଯ୍ୟ ପରି ତାରାର ହଠାତ୍ ମଳିନ ପଡିଗଲା ଚମକ୍, ବୈଜ୍ଞାନିକମାନେ ଦେଖିଲେ କିଛି ରହସ୍ୟମୟ ଘଟଣା…
- ଝିଅ ହେବାରୁ ବୋହୂକୁ ନିଆଁ ଲଗାଇ ଦେଲେ ଶ୍ୱଶୁର, ଅଳ୍ପକେ ବର୍ତ୍ତିଲେ…
- ସିଡିଏ ଜମି ଜାଲିଆତି ମାମଲା; ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ବିଭାଗୀୟ ମନ୍ତ୍ରୀ
- Trump Tehran Conflict: ମଧ୍ୟପ୍ରାଚ୍ୟରେ କିଛି ବଡ଼ ଘଟିବାକୁ ଯାଉଛି କି? ‘ଇରାନ ମୁହାଁ ଆମେରିକା ଯୁଦ୍ଧଜାହାଜ…’
- ପୁରୀରେ ଆମ ବସ୍ ଧକ୍କାରେ ମହିଳା ଆହତ, ତାତିଲେ ଲୋକେ
- Congress: ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ: ଭକ୍ତ ଦାସ
- Leopard Skin: କଲରାପତରିଆ ବାଘ ଛାଲ ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କଲା ବନବିଭାଗ
- US Exit WHO: ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, WHO ରୁ ଓହରିଗଲା ଆମେରିକା!
Comments are closed.