ବ୍ରହ୍ମପୁର: ବ୍ରହ୍ମପୁର ସହର ପାଣିଗ୍ରାହୀପେଣ୍ଠ ବ୍ରଜରାଜନଗର ତୃତୀୟ ଗଳିର ଅନ୍ତର୍ଯ୍ୟାମୀ ପାତ୍ର ଏବଂ ମନସ୍ବିନୀ ପାତ୍ରଙ୍କ ଝିଅ ଅନ୍ନପୂର୍ଣ୍ଣା ଇଣ୍ଡିଆ ବୁକ୍ ଅଫ୍ ରେଡର୍କରେ ସ୍ଥାନ ପାଇଛନ୍ତି। ଭାରତର ସମସ୍ତ ରାଷ୍ଟ୍ରପତିଙ୍କ ନାମକୁ ମାତ୍ର ୧୬.୨୫ ସେକଣ୍ଡରେ ଉଚ୍ଚାରଣ କରି ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି ଅନ୍ନପୂର୍ଣ୍ଣା। ମାତ୍ର ୫ ବର୍ଷ ୯ ମାସ ବୟସରେ ଏହି ସଫଳତାକୁ ନେଇ ସବୁଆଡ଼ୁ ପ୍ରଶଂସା କରାଯାଉଛି। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ସେପ୍ଟେମ୍ବର ୨୦ ତାରିଖରେ ଆବେଦନ କରିଥିଲେ। ବର୍ତ୍ତମାନ ପ୍ରମାଣପତ୍ର ସହିତ ମେଡ଼ାଲ, ମେଟାଲ ପେନ, ଇଣ୍ଡିଆ ବୁକ ଅଫ ରେକର୍ଡର ବ୍ୟାଜ୍ ଏବଂ ଆଇକାର୍ଡ ଆସିଛି। ଅନ୍ନପୂର୍ଣ୍ଣାଙ୍କ ସଫଳତା ପାଇଁ ମା ମନସ୍ବିନୀ ଅନେକ ଦିନ ପର୍ଯ୍ୟନ୍ତ ପରିଶ୍ରମ କରିଥିଲେ। ତାଙ୍କୁ ନିୟମିତ ତାଲିମ୍ ଦେଉଥିଲେ। ଏକ ଘରୋଇ ସ୍କୁଲରେ ୟୁକେଜି ପଢ଼ୁଥିବା ଅନ୍ନପୂର୍ଣ୍ଣାଙ୍କୁ ଅନେକ ସ୍ଥାନରୁ ଶୁଭେଚ୍ଛା ମିଳୁଛି।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.