Latest Odisha News

BREAKING NEWS

୫୪ ବର୍ଷ ତଳେ ଏମିତି ହୋଇଥିଲା ମକ୍ ଡ୍ରିଲ, ରାତିରେ ଅନ୍ଧାର ହେଉଥିଲା ସହର

ନୂଆଦିଲ୍ଲୀ: ପାକିସ୍ତାନ ସେନାଙ୍କୁ ମନେ ପଡ଼ିଲା ୧୯୭୧ ଯୁଦ୍ଧ । ଭାରତର ମକ୍ ଡ୍ରିଲ ଦେଖି ଛାନିଆ ପାକ୍ । ୫୪ ବର୍ଷ ତଳର ଷ୍ଟ୍ରାଟେଜି ଆପଣାଇଲା ଭାରତ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ବଢ଼ିଛି ଯୁଦ୍ଧ ଆଶଙ୍କା । ପୂରା ବିଶ୍ୱର ନଜର ଏବେ ଭାରତ-ପାକିସ୍ତାନ ବିବାଦ ଉପରେ… କିଏ ଆଗ ଆଟାକ୍ କରିବ, ଭାରତ ନା ପାକିସ୍ତାନ? କିନ୍ତୁ ପାକିସ୍ତାନର ପୂର୍ବାନୁମାନ, ଭାରତ ଖୁବ ଶୀଘ୍ର ଆକ୍ରମଣ କରିବାକୁ ଯାଉଛି। ଏହାରି ଭିତରେ ଭାରତ ଜୋରଦାର କରୁଛି ମକଡ୍ରିଲ। ଯାହାକୁ ଦେଖି ପାକିସ୍ତାନ ମନରେ ପଶିଛି ଛନକା । ଆକ୍ରମଣ ନିଶ୍ଚିତ ଭାବି ପରମାଣୁ ଧମକ ବି ଦେଲେଣି ପାକ୍ ନେତା। ଆଉ ପାକିସ୍ତାନ ସେନାକୁ ମନେ ପଡ଼ିଯାଉଛି, ୧୯୭୧ ଯୁଦ୍ଧ କଥା। ଠିକ୍ ୫୪ ବର୍ଷ ପୂର୍ବେ  ଯୁଦ୍ଧ ପୂର୍ବରୁ ଭାରତ ଏମିତି କରିଥିଲା ପ୍ରସ୍ତୁତି।  ସେତେବେଳେ ମଧ୍ୟ ଭାରତ ସରକାର ରାଜ୍ୟମାନଙ୍କୁ ମକ୍ ଡ୍ରିଲ କରିବାକୁ ଦେଇଥିଲେ ନିର୍ଦ୍ଦେଶ । ସେହି ଯୁଦ୍ଧ ପାକିସ୍ତାନର ବଦଳାଇ ଦେଇଥିଲା ଚିତ୍ର। ଯେଉଁଥିରେ ପାକିସ୍ତାନ ହୋଇଯାଇଥିଲା ଦୁଇଭାଗ।

୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଆନୁଷ୍ଠାନିକ ଭାବେ ଡିସେମ୍ବର ୩ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହୋଇଥିଲା। ପାକିସ୍ତାନର ଲେଫ୍ଟନାଣ୍ଟ ଜେନେରାଲ ଏ.ଏ.କେ. ନିୟାଜୀ ଢାକାରେ ଭାରତୀୟ ସେନା ଆଗରେ କରିଥିଲେ ଆତ୍ମସମର୍ପଣ । କିନ୍ତୁ ଏହି ଯୁଦ୍ଧ ପୂର୍ବରୁ ଅନେକ ମାସ ଧରି ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ୁଥିଲା। ମକ ଡ୍ରିଲର ଆରମ୍ଭ ଯୁଦ୍ଧ ହେବାର କିଛି ଦିନ ପୂର୍ବରୁ ହୋଇଥିଲା। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମକ ଡ୍ରିଲ ଯୁଦ୍ଧ ହେବାର ୨-୪ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା, ଯାହା ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ଦେଶବ୍ୟାପୀ କରାଯାଇଥିଲା ମକ ଡ୍ରିଲ। ଏହି ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜନସାଧାରଣଙ୍କୁ ଯୁଦ୍ଧ ପରିସ୍ଥିତି ସମ୍ପର୍କରେ ସଚେତନ କରାଇବା।

୧୯୭୧ ଭଳି ଏବେ ଭାରତ ସରକାରଙ୍କ ନିର୍ଦ୍ଦେଶରେ ହେଉଛି ମକ୍ ଡ୍ରିଲ୍। ସମାନ ଷ୍ଟ୍ରାଟେଜିରେ ହେଉଛି ପ୍ରସ୍ତୁତି। ଏଥିପାଇଁ ଅନେକ ଅନୁମାନ କରୁଛନ୍ତି ଯେ ଭାରତ କିଛି ବଡ଼ କରିବାକୁ ଯାଉଛି। ୧୯୭୧ ଯୁଦ୍ଧ ପୂର୍ବରୁ ଲୋକଙ୍କୁ ସଚେତନତା କରାଇବା ପାଇଁ ରାତିରେ ସହରଗୁଡ଼ିକରେ ଆଲୋକ ବନ୍ଦ କରିବାର କରାଯାଉଥିଲା ଅଭ୍ୟାସ। ଯାହା ଶତ୍ରୁ ପକ୍ଷର ଆକ୍ରମଣରୁ ରକ୍ଷା ପାଇବାରେ ହେଉଥିଲା ସହାୟକ । ଟାଇମ୍ସ ଅଫ୍ ଇଣ୍ଡିଆର ୪ ଡିସେମ୍ବର ୧୯୭୧ ସଂସ୍କରଣରେ ମଧ୍ୟ ବ୍ଲାକଆଉଟ ସମ୍ପର୍କିତ ଖବର ପ୍ରକାଶିତ ହୋଇଥିଲା। ଜନସାଧାରଣଙ୍କୁ ବଙ୍କର କିମ୍ବା ନିରାପଦ ସ୍ଥାନକୁ ନେବା ପାଇଁ ଦିଆଯାଉଥିଲା ତାଲିମ । ସେମାନଙ୍କୁ ଯୁଦ୍ଧ ସ୍ଥିତିରେ ନିଜ ଜୀବନ ରକ୍ଷା କରିବାର ଶିଖାଯାଉଥିଲା ଉପାୟ। ସମାନ ଭାବେ ଭାରତ ସରକାର ମଧ୍ୟ ଏବେ ଲୋକଙ୍କୁ ଏହି ମକ୍ ଡ୍ରିଲ କରାଉଛନ୍ତି। ଏଥିରୁ ସ୍ପଷ୍ଚ ହେଉଛି ଭାରତ କିଛି ଦିନ ଭିରତରେ ପାକିସ୍ତାନ ଉପରେ ବଡ଼ ଆକ୍ରମଣ କରିବାକୁ ଯାଉଛି।

Comments are closed.