ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତ କରିଛନ୍ତି। ସନ୍ଧ୍ୟାରେ ପୁଟିନ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀର ପାଲାମ ଟେକ୍ନିକାଲ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ଉପସ୍ଥିତ ରହି ପୁଟିନଙ୍କୁ ସ୍ବାଗତ କରିଥିଲେ। ପୁଟିନଙ୍କୁ ମୋଦୀ ନିଜ କାର୍ରେ ବସାଇ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନକୁ ଆସିଥିଲେ। ବାସଭବନରେ ପୁଟିନଙ୍କୁ ମୋଦୀ ସ୍ବାଗତ କରିଥିଲେ। ପୁଟିନଙ୍କ ଉଦ୍ଦେଶ୍ୟରେ ମୋଦୀ ତାଙ୍କ ବାସଭବନରେ ରାତ୍ରି ଭୋଜନ ଆୟୋଜନ କରିଥିଲେ। ପରେ ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୁଟିନଙ୍କୁ ବିମାନବନ୍ଦରରେ ସ୍ବାଗତ କରି ମୋଦୀ ଅତ୍ୟନ୍ତ ଖୁସି ଅନୁଭବ କରିଥିବା ନେଇ ତାଙ୍କ ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଭାରତ-ରୁଷ୍ ବନ୍ଧୁତ୍ବର ନିବିଡତା ବହୁ ପରୀକ୍ଷିତ। ଏହି ବନ୍ଧୁତା ଦ୍ବାରା ଆମ ଦେଶବାସୀ ବହୁ ଲାଭବାନ ହୋଇଛନ୍ତି। ଆସନ୍ତାକାଲି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେବାକୁ ଥିବା କଥାବାର୍ତ୍ତା ସକାରାତ୍ମକର ରୂପ ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।ପୁଟିନ ୨୩ତମ ଭାରତ-ରୁଷ୍ ଶିଖର ସମ୍ମିଳନୀରେ ଯୋଗ ଦେବେ। ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପରେ ପୁଟିନ ରୁଷ୍ ରାଷ୍ଟ୍ରାୟତ୍ତ ପ୍ରସାରଣକାରୀ ସଂସ୍ଥା ଆରଟି ପକ୍ଷରୁ ଭାରତରେ ନୂଆ ଚାନେଲରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ନୈଶ ଭୋଜିରେ ଯୋଗଦେବେ। ପୁଟିନଙ୍କ ଏହି ଗସ୍ତ ଭାରତ ଓ ରୁଷ୍ ମଧ୍ୟରେ ୨୫ବର୍ଷ ଧରି ଚାଲିଆସିଥିବା ରଣନୀତିକ ଭାଗିଦାରୀର ଦୃଢତାକୁ ପ୍ରତିପାଦିତ କରିଛି ।
BREAKING NEWS
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
Comments are closed.