Latest Odisha News

୮୦ ପ୍ରତିଶତ ତଳକୁ ଆସିଛି ଓମିକ୍ରନ

ନୂଆଦିଲ୍ଲୀ: ଧୀରେ ଧୀରେ ଦୁର୍ବଳ ହେଉଛି କୋଭିଡ଼ର ପ୍ରଭାବ । ଦେଶରେ କୋଭିଡ ସଂକ୍ରମଣର ହାର ହ୍ରାସ ପାଉଛି । ଏବେ ସୁଦ୍ଧା ଦେଶରେ ଓମିକ୍ରନ ମାମଲା ୮୦ ପ୍ରତିଶତ କମିଛି । ୧୧ ଟି ରାଜ୍ୟରେ ୧୦ ହଜାରରୁ ୫୦ ହଜାର ମଧ୍ୟରେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଜାନୁଆରୀ ୨୪ ସୁଦ୍ଧା ସଂକ୍ରମଣ ହାର ୪.୪୪ ପ୍ରତିଶତକୁ କମିଆସିଛି । କରୋନା ଗ୍ରାଫରୁ ଏହି ଚିତ୍ର ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ଲବ ଅଗ୍ରୱାଲ କହିଛନ୍ତି । ସେହିପରି ନୀତି ଆୟୋଗ ସଦସ୍ୟ ଡ.ଭି.କେ.ପଲ କହିଛନ୍ତି ଯେ ଦେଶରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହା ଦେଶ ପାଇଁ ଆଶ୍ୱସ୍ତିକର ବିଷୟ। ତେବେ କେରଳ, ମିଜୋରାମ ଓ ହିମାଚଳ ପ୍ରଦେଶରେ ସ୍ଥିତିରେ ବିଶେଷ ସୁଧାର ଆସି ନାହିଁ। ଏଣୁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Comments are closed.