ନୂଆଦିଲ୍ଲୀ: ଆମେରିକାରେ ‘ମେଡ୍ ଇନ୍ ଇଣ୍ଡିଆ’ ଫୋନ୍ର ଡିମାଣ୍ଡ୍ ତୀବ୍ର ଗତିରେ ବଢ଼ୁଛି। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫ ଅକ୍ଟୋବର ମାସରେ ଆମେରିକାକୁ ଭାରତର ସ୍ମାର୍ଟଫୋନ୍ ରପ୍ତାନି ତିନିଗୁଣା ବଢ଼ି ୧.୪୭ ବିଲିୟନ ଡଲାର୍ (ପ୍ରାୟ ୧୨,୫୦୦ କୋଟି ଟଙ୍କା)ରେ ପହଞ୍ଚିଛି। ଏପ୍ରିଲ୍-ଅକ୍ଟୋବର୍ ସମୟରେ ମୋଟ୍ ରପ୍ତାନି ୧୦.୭୮ ବିଲିୟନ ଡଲାର୍କୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ତୁଳନାରେ ଢେର ଅଧିକ।
ଅକ୍ଟୋବରରେ ଆମେରିକାକୁ ସ୍ମାର୍ଟଫୋନ୍ ରପ୍ତାନି ତିନିଗୁଣା ବଢ଼ିଲା
ସରକାରୀ ଆକଳନ ଅନୁଯାୟୀ, ଅକ୍ଟୋବର ୨୦୨୫ରେ ଆମେରିକାକୁ ଭାରତର ସ୍ମାର୍ଟଫୋନ୍ ରପ୍ତାନି ୦.୪୬ ବିଲିୟନ ଡଲାର୍ରୁ ବଢ଼ି ୧.୪୭ ବିଲିୟନ ଡଲାର୍ରେ ପହଞ୍ଚିଛି। ଏହା ତିନିଗୁଣାରୁ ଅଧିକ ବୃଦ୍ଧି ହୋଇଛି। ଏପ୍ରିଲ୍-ଅକ୍ଟୋବର୍ ମଧ୍ୟରେ ମୋଟ୍ ରପ୍ତାନି ୧୦.୭୮ ବିଲିଅନ ଡଲାର୍ ହୋଇଛି, ଯାହା ଗତ ବର୍ଷ ଏହି ସମୟରେ ମାତ୍ର ୩.୬୦ ବିଲିୟନ ଡଲାର୍ ଥିଲା। ବିଶ୍ୱବ୍ୟାପୀ ଅର୍ଥନୈତିକ ଚ୍ୟାଲେଞ୍ଜ ଓ ଟାରିରଫ୍ ଅନିଶ୍ଚିତତା ମଧ୍ୟରେ ମଧ୍ୟ ଏହି ଖବର ଭାରତର ଉତ୍ପାଦନ କ୍ଷମତା ଓ ଗ୍ଲୋବାଲ୍ ସପ୍ଲାଇ ଚେନ୍ରେ ମଜବୁତ୍ ଥିବା ଦର୍ଶାଉଛି।
ସମଗ୍ର ବିଶ୍ୱକୁ ଭାରତର ସ୍ମାର୍ଟଫୋନ୍ ରପ୍ତାନି ଏପ୍ରିଲ୍-ଅକ୍ଟୋବର ୨୦୨୫ରେ ୧୦.୬୮ ବିଲିୟନରୁ ବଢ଼ି ୧୫.୯୫ ବିଲିୟନ ଡଲାର୍ରେ ପହଞ୍ଚିଛି, ଅର୍ଥାତ୍ ୪୯.୩୫%ର ବିଶାଳ ବୃଦ୍ଧି। ମେ’ରେ ୬୬.୫୪%, ଜୁନ୍ରେ ୬୬.୬୧% ଏବଂ ସେପ୍ଟେମ୍ବରରେ ୮୨.୨୭% ତୀବ୍ର ଗତି ଦେଖାଯାଇଛି।ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଟାରିଫ୍ ଚାପ ଥାଇ ମଧ୍ୟ ଏହି ଅଭୂତପୂର୍ବ ବୃଦ୍ଧି ଭାରତର ରଣନୈତିକ ସୁବିଧା, ବୃହତ୍ ଉତ୍ପାଦନ କ୍ଷମତା, ଉନ୍ନତ PLI ଯୋଜନା ଏବଂ ବିଶ୍ୱ ବ୍ରାଣ୍ଡଗୁଡ଼ିକର ବଢ଼ୁଥିବା ନିବେଶ କାରଣରୁ ସମ୍ଭବ ହୋଇଛି।
Comments are closed.