ନୂଆଦିଲ୍ଲୀ: ଯଦି ଆପଣଙ୍କ ସ୍ୱପ୍ନ ଦେଶର ସମୁଦ୍ର ସୀମାର ସୁରକ୍ଷା କରିବା ଏବଂ ଏକ ସମ୍ମାନଜନକ ସୈନ୍ୟ ସେବାରେ ଯୋଗଦେବା ଚାହୁଁଛନ୍ତି, ତେବେ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। ତଟରକ୍ଷୀ ବାହିନୀ ୨୦୨୭ ବ୍ୟାଚ୍ ପାଇଁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଯୋଗ୍ୟ ପ୍ରାର୍ଥୀମାନେ ୨୦୨୫ ଜୁଲାଇ ୮ରୁ ୨୩ ଜୁଲାଇ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।
କେଉଁ ଶାଖା ପାଇଁ ନିଯୁକ୍ତି?
ଏହି ନିଯୁକ୍ତି ଜେନେରାଲ ଡ୍ୟୁଟି (GD) ଏବଂ ଟେକ୍ନିକାଲ ଶାଖା ପାଇଁ ଘୋଷଣା ହୋଇଛି। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ମାଧ୍ୟମରେ ହେବ। ପ୍ରାର୍ଥୀମାନେ joinindiancoastguard.cdac.in ଓ୍ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ। ଓ୍ୱେବସାଇଟରେ ଏକ ସିଧାସଳଖ ଲିଙ୍କ ଉପଲବ୍ଧ ରହିଛି, ଯାହା ଆବେଦନ ପ୍ରକ୍ରିୟାକୁ ଆହୁରି ସହଜ କରିଛି।
କେଉଁମାନେ ଆବେଦନ କରିପାରିବେ?
ଜେନେରାଲ ଡ୍ୟୁଟି (GD) ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଖରେ ଯେକୌଣସି ବିଷୟରେ ସ୍ନାତକ (ଗ୍ରାଜୁଏସନ) ଡିଗ୍ରୀ ରହିବା ଆବଶ୍ୟକ। ଅନ୍ୟପକ୍ଷରେ, ଟେକ୍ନିକାଲ ଶାଖା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ମେକାନିକାଲ, ଇଲେକ୍ଟ୍ରିକାଲ ବା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଡିଗ୍ରୀ ରହିବା ଜରୁରୀ। ଉଭୟ୯ ଶାଖା ପାଇଁ ଶୈକ୍ଷିକ ଯୋଗ୍ୟତା ଭାରତର ମାନ୍ୟତାପ୍ରାପ୍ତ ଅନୁଷ୍ଠାନରୁ ହାସଲ ହୋଇଥିବା ହେବା ଆବଶ୍ୟକ।
Comments are closed.