Latest Odisha News

BREAKING NEWS

ବିଦେଶୀ ଡାକ୍ତରୀ ପାଠକୁ ହେୟଜ୍ଞାନ, କାହିଁକି ଚୁପ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ?

ନୂଆଦିଲ୍ଲୀ: ବିଦେଶରୁ ଡାକ୍ତରୀ ପାଠ ପଢିଥିବା ଛାତ୍ରଛତ୍ରୀଙ୍କୁ ଭାରତରେ କରୋନା ବିରୋଧୀ ଲଢେଇରେ ସାମିଲ କରାଯାଉନି । ଚୁପ୍ ବସିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଅମଙ୍ଗ ହେଉଛି ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍ (NBA) ।

ଋଷିଆ, ଚାଇନା ଓ ୟୁକ୍ରେନର ଡାକ୍ତରୀ ପାଠ ପଢିଥିବା ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ଘରେ ବସିବା ଅପେକ୍ଷା କରୋନା ମହାମାରୀ ଲଢେଇରେ ସାମିଲ ହେବାକୁ ଭାରତ ସରକାରଙ୍କୁ କାହିଁ କେବେଠାରୁ ଅନୁରୋଧ କରିଛନ୍ତି । ହେଲେ ସ୍ଥାନୀୟ ଲାଇସେନ୍ସ ମିଳିବାରେ ବିଳମ୍ବ ତାଙ୍କ ରାସ୍ତାର କଣ୍ଟା ସାଜିଛି । ବର୍ତ୍ତମାନ ସମୟରେ ସାରା ବିଶ୍ୱରେ କରୋନା ପାଇଁ ଭାରତ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଥିବାବେଳେ ମୃତ୍ୟୁମୁଖରେ ପଡୁଛନ୍ତି ୪ହଜାର କରୋନା ଆକ୍ରାନ୍ତ । ଏଭଳି ସ୍ଥିତିରେ ଦୋହଲିଯାଇଛି ସ୍ୱାସ୍ଥ୍ୟ ବ୍ୟବସ୍ଥା ।

ବଙ୍ଗଳାଦେଶ, ଫିଲିପାଇନ୍ସ, ନେପାଳ ଓ କିରଗିଜସ୍ତାନ୍ ମେଡିକାଲ କଲେଜରେ ପାଠ ପଢିଥିବା ଭାରତୀୟମାନେ ଏଠାରେ ପ୍ରାକ୍ଟିସ୍ କରିବା ପୂର୍ବରୁ ସ୍ଥାନୀୟ ପରୀକ୍ଷାରେ ପାସ୍ କରିବା ବାଧ୍ୟତାମୂଳକ । ଏପରି ସ୍ଥିତିରେ ଅନେକ ପରୀକ୍ଷାରେ ପାସ୍ କରି ଲାଇସେନ୍ସକୁ ଅପେକ୍ଷା କରିଥିଲାବେଳେ ଆଉ କିଛି ଆସନ୍ତା ମାସରେ ପରୀକ୍ଷା ଦେବେ ।

ଅଲ୍ ଇଣ୍ଡିଆ ଫରେନ୍ ମେଡିକାଲ ଗ୍ରାଜୁଏଟ୍ସ ଆସୋସିଏସନର ଅଧ୍ୟକ୍ଷ ନଜିରୁଲ୍ ଆମିନଙ୍କ ଅନୁଯାୟୀ, “ବିଦେଶରେ ଡାକ୍ତରୀ ପାଠ ପଢିଥିବା ଛାତ୍ରଛାତ୍ରୀଙ୍କୁ ସର୍ଜରୀ କରିବାକୁ ଦିଆଯାଉ ବୋଲି ଆମେ ଦାବି କରୁନୁ । ତେବେ ଆପାତକାଳୀନ ସ୍ଥିତିରେ ସେମାନଙ୍କୁ ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ଭାବେ ସାମିଲ କରାଯାଇପାରେ” ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଦେବୀ ସେଟ୍ଟିଙ୍କ ଅନୁଯାୟୀ “ଭାରତରେ ଖୁବଶୀଘ୍ର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ ଦେଖାଦେବ । ଆଗାମୀ ଦିନରେ ଲୋକେ ଆଇସିୟୁରେ ମଧ୍ୟ ମୃତ୍ୟୁବରଣ କରିବେ । କାହିଁକି ନା ସେ ସମୟରେ ତାଙ୍କୁ ତଦାରଖ କରିବା ପାଇଁ ପାଖରେ ଡାକ୍ତର କିମ୍ବା ନର୍ସ ନଥିବେ” । ଗତ ସପ୍ତାହରେ ଗୁଜରାଟର ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀମାନେ ଦରମା ବୃଦ୍ଧି ଓ ବୀମା ପାଇଁ ଧାରଣା ଦେଇଥିଲେ । ଏପରି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଦେଶରେ ଡାକ୍ତରୀ ପାଠ ପଢିଥିବା ଛାତ୍ରଙ୍କୁ ଅପେକ୍ଷା କରାଇବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନଜିରୁଲ୍ ଆମିନ୍ ।

ଅନ୍ୟପଟେ ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନର ଅଧିକାରୀଙ୍କ ଅନୁଯାୟୀ ବିଦେଶରେ ଡାକ୍ତରୀ ପାଠ ପଢିଥିଲେ ବି ଭାରତରେ ପରୀକ୍ଷା ଦେବା ବାଧ୍ୟତାମୂଳକ । ସେମାନେ ଭାରତରେ ତାଲିମ ନେଇନଥିବାରୁ ଭାରତୀୟ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଅଜ୍ଞ । ଏ ସମସ୍ତ ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅବଗତ ଥିଲେ ହେଁ ଏବେ ଚୁପ ବସିବା ପାଇଁ ବେଳ ନାହିଁ । ଏହି ସମସ୍ତ ସମସାର ସମାଧାନ ହୋଇପାରିଲେ ନିଶ୍ଚିତ ଭାବେ ଭାରତର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ବାହାରିପାରିବ ।

Leave A Reply

Your email address will not be published.