ବ୍ରହ୍ମପୁର:ଗଞ୍ଜାମ ଜିଲା ଚିକିଟି ବ୍ଲକର ଆର୍.ସୁବାଣୀ ବସ୍ଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ଗୁରୁତର ଆହତ ଅଜଗର ବୁଲୁଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ବ୍ରହ୍ମପୁର ବନ ବିଭାଗ ଏବଂ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପର ଲମ୍ବ ୯ ଫୁଟ ଥିବା ବେଳେ ଆଘାତ ପାଇଥିଲା। ଉଦ୍ଧାର
ଅଜଗରକୁ ବ୍ରହ୍ମପୁର ବ୍ରହ୍ମପୁର ପଶୁ ଚିକିତ୍ସାଳୟକୁ ଅଣା ଯାଇଥିଲା। ଅଜଗର ସାପଟିର ପାଟିର ବାମ ମାଢିଟି ଖସି ଯାଇଥିବା ବେଳେ ତାହାର ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା। ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ବ୍ରହ୍ମପୁର ବନଖଣ୍ଡର ସହକାରୀ ବନ ସଂରକ୍ଷକ(ଏସିଏଫ୍) ଡା. ରୁଦ୍ର ପ୍ରସାଦ ରଥଙ୍କ ନେତୃତ୍ୱରେ ପଶୁ ଚିକିତ୍ସାଳୟର ଡା. କିରଣ କୁମାର ବିଷୋୟୀଙ୍କ ସମେତ ତାଙ୍କ ଟିମ ଅସ୍ତ୍ରୋପଚାର କରିିଲେ। ବ୍ରହ୍ମପୁର ବନ ବିଭାଗ କର୍ମଚାରୀ ଏବଂ ସର୍ପ ଉଦ୍ଧାରକମାନେ ଏଥିରେ ସହଯୋଗ କରିଥିଲେ। ସାପଟିର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଦୁଇଟି ସ୍ଥାନକୁ ସିଲାଇ କରିବା ସହ ତାକୁ ବିଭିନ୍ନ ଔଷଧ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଅଜଗର ସାପଟିର ଅବସ୍ଥା ସ୍ଥିର ରହିଥିବା କହିଛନ୍ତି ପଶୁ ଚିକିତ୍ସକ ଡା. ବିଷୋୟୀ। ସାପର ମୁଣ୍ଡ ଏବଂ ପାଟି ଭିତରେ ଆଘାତ ଲାଗିଥିଲା। ତଦନୁଯାୟୀ ଚିକିତ୍ସା କରାଯାଇଛି। ଷ୍ଟିଚ୍ ପକାଯାଇଛି। ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅସ୍ତ୍ରୋପଚାର ସମୟରେ ବ୍ରହ୍ମପୁର ବନପାଳ ବାବୁ ସେଠୀ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ, ଶ୍ରୀକାନ୍ତ ନାହାକ, ସନ୍ଦିପ ସେଠୀଙ୍କ ସମେତ ବନ କର୍ମଚାରୀ ଓ ପଶୁ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।
BREAKING NEWS
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
Comments are closed.