ନୂଆଦିଲ୍ଲୀ: ଆମେରିକାର ଆଟାକ ପରେ ତାତିଲା ଇରାନ । ଇସ୍ରାଏଲ ଉପରେ କାଉଣ୍ଟର ଆଟାକ୍ କଲା ତେହେରାନ । ଇସ୍ରାଏଲ ଉପରେ ୩୦ରୁ ଅଧିକ ବାଲାଷ୍ଟିକ୍ ମାଡ଼ କଲା ଇରାନ । ତେଲ ଅଭିଭ, ହାଇଫା, ଜେରୁଜେଲମରେ ହୋଇଛି ଭୟଙ୍କର ବିସ୍ଫୋରଣ । ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଆସିଲା ଭିଡିଓ । ଯେଉଁଥିରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ତେବେ ମୃତାହତ କେତେ ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିନି । ଅନ୍ୟପଟେ ଇରାନ୍ର ପରମାଣୁ ଠିକଣାକୁ ଟାର୍ଗେଟ କରାଯାଇଛି ସତ, ତେବେ ଏହାଦ୍ବାରା ପରମାଣୁ କାର୍ଯ୍ୟକ୍ରମ ଆଗକୁ ବଢ଼ିବାରେ କୌଣସି ସମସ୍ୟା ହେବନି ବୋଲି ବଡ଼ ଦାବି କରିଛି ଇରାନ୍ ।
ମାଟି ତଳେ ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ସୂଚନା ଦେଇଛି ଇରାନ୍ । ଏଥିସହ ସିଧାସଳଖ ହମ୍ଲା କରି ଆମେରିକା ବହୁତ ବଡ଼ ଭୁଲ୍ କରିଛି ବୋଲି ଇରାନ୍ । ଆଉ ଏହାର ଭୟଙ୍କର ଜବାବ ଦେବାକୁ ଆରମ୍ଭ କରିଦେଇଛି ପ୍ରସ୍ତୁତି । ଆମେରିକା ପରେ ଯୁଦ୍ଧରେ ଏଣ୍ଟ୍ରି ମାରିପାରେ ରୁଷିଆ । ମସ୍କୋ ଗସ୍ତରେ ଯାଇଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚି । ରାଷ୍ଟ୍ରପତି ପୁତିନଙ୍କୁ ସାକ୍ଷାତ କରିବେ ଅବ୍ବାସ । ଆଶଙ୍କା କରାଯାଉଛି, ଆମେରିକା ପରେ ଯୁଦ୍ଧରେ ଏଣ୍ଟ୍ରି ମାରିପାରେ ରୁଷିଆ ।
ସୂଚନା ଥାଉକି, ଇରାନ୍-ଇସ୍ରାଏଲ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ଭୟଙ୍କର ମୋଡ଼ ନେଇଛି ଓ୍ବାର୍.. ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ଜୋରଦାର ଆକ୍ରମଣ କରିଛି ଆମେରିକା.. ଘନ ଘନ ବୋମା ବର୍ଷା କରିଥିଲା ଫାଇଟର ଜେଟ୍.. ଯେଉଁଥିରେ ଫୋର୍ଦୋ, ନାତାଞ୍ଜ, ଇସଫାହାନ ପରମାଣୁ ଘାଟି ଧ୍ବଂସ ହୋଇଛି ।
Comments are closed.