ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ 4 ୱିକେଟରେ ହରାଇ ବିଶ୍ୱ ଚାମ୍ପିୟନ ହୋଇଛି। ଫାଇନାଲରେ ଉଭୟ ବୋଲର ଓ ବ୍ୟାଟର ଚମତ୍କାର ପ୍ରଦର୍ଶନ କରିଥିଲେ। । ବିଶେଷକରି କୁଲଦୀପ ଯାଦବଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ମ୍ୟାଚର ମୋଡ଼ ବଦଳାଇଥିଲା। ଏହାସହ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ 76 ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଟିମ୍ ଇଣ୍ଡିଆକୁ ବିଜୟ ଦ୍ୱାରଦେଶକୁ ନେଇଥିଲା । ରୋହିତ ତାଙ୍କର ଚମତ୍କାର ଇନିଂସ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପାଇଛନ୍ତି। ରୋହିତ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପାଇଥିଲେ ମଧ୍ୟ ଇରଫାନ୍ ପଠାନ୍ ସେହି ଖେଳାଳିଙ୍କ ବିଷୟରେ କହିଛନ୍ତି ଯାହାକୁ ସେ ଭାରତୀୟ କ୍ରିକେଟର ସଙ୍କଟମୋଚନ ବୋଲି କହିଛନ୍ତି।
ପୂର୍ବତନ ଭାରତୀୟ ବୋଲର ଇରଫାନ୍ ପଠାନ୍ ସୋସିଆଲ ମିଡିଆ X ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ କେଏଲ ରାହୁଲ ଭାରତୀୟ କ୍ରିକେଟର ସଙ୍କଟମୋଚନ। ଫାଇନାଲରେ, କେ.ଏଲ୍ ରାହୁଲ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ 33 ବଲରେ 34 ରନର ଇନିଂସ ଖେଳିଥିଲେ ଏବଂ ଦଳ ଜିତିବା ଯାଏ କ୍ରିଜରେ ରହିଥିଲେ। ଏହି ପୂରା ଟୁର୍ନାମେଣ୍ଟରେ କେ.ଏଲ୍ ରାହୁଲ ଚମତ୍କାର ବ୍ୟାଟିଂ କରିଥିଲେ। ଚାମ୍ପିୟନ୍ସ ଟ୍ରଫି 2025 ରେ କେ.ଏଲ୍ ରାହୁଲ 5 ଟି ମ୍ୟାଚରେ 140 ରନ୍ କରିଛନ୍ତି।
ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 ରେ ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛି। ଭାରତର ସ୍ପିନରମାନେ ମିଳିତ ଭାବେ ପାଞ୍ଚଟି ୱିକେଟ୍ ନେଇଛନ୍ତି, ଅଧିନାୟକ ରୋହିତ ଶର୍ମା ଟପ୍ ସ୍କୋର କରି 76 ରନ କରିଥିବା ବେଳେ କେ.ଏଲ୍ ରାହୁଲ ଅପରାଜିତ 34 ରନ କରିଛନ୍ତି। ବିସିସିଆଇ କହିଛି ଯେ, ଆରମ୍ଭରୁ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା, କଠିନ ଆହ୍ୱାନର ସମ୍ମୁଖୀନ ହୋଇଥିଲା ଏବଂ ନିର୍ଭୀକ ତଥା ଶୃଙ୍ଖଳିତ କ୍ରିକେଟ୍ ଖେଳିଥିଲା।
Comments are closed.