Latest Odisha News

BREAKING NEWS

ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାପାଇଁ ମିଳିଲାନି ଅନୁମତି, ଜଗବନ୍ଧୁଙ୍କୁ ମିଳିଲା ୪ ଦିନ

ଭୁବନେଶ୍ଠର: ପୁଣି ରିମାଣ୍ଡରେ ଯିବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଆଜିଠୁ ୪ ଦିନିଆ ରିମାଣ୍ଡରେ ତାଙ୍କୁ ନେବ ଇଡି । ପ୍ରଥମେ ଜଗବନ୍ଧୁଙ୍କ  ୯ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ଇଡି । ଗତକାଲି ଏହି ୯ ଦିନିଆ ରିମାଣ୍ଡର ଅବଧି ଶେଷ ହୋଇଥିଲା। ତେଣୁ ଗତକାଲି ଇଡି ତାଙ୍କୁ କୋର୍ଟରେ ହାଜର କରି ପୁଣି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ ୪ ଦିନ ରିମାଣ୍ଡ  ନେବାଲାଗି କୋର୍ଟ ଅନୁମତି ଦେଇଛନ୍ତି।

ଜେରାବେଳେ ଅର୍ଚ୍ଚନା ନାଗର କଳା କାରନାମରେ ଜଗବନ୍ଧୁଙ୍କ ସଂପୃକ୍ତି ଥିବା ସୁରାକ ପାଇଛି ଇଡି । ମନି ଲଣ୍ଡରିଂ ମାମଲାରେ ତାଙ୍କର ସଂପୃକ୍ତି ଥିବା ଜାଣି ଇଡି ତାଙ୍କୁ ଗତକାଲି ଗିରଫ କରିଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଇଡି ଜଗବନ୍ଧୁଙ୍କୁ କ’ଣ ଜେରା କରିବ ଜଣା ପଡ଼ି ନ ଥିଲେ ହେଁ  ଇଲେକ୍ଟ୍ରୋନିକ ଡିଭାଇସ୍ ସମ୍ପର୍କରେ ପଚରାଉଚରା କରିପାରେ ବୋଲି ଅନୁମାନ କରାଯାଇଛି।

ଅନ୍ୟପକ୍ଷେ ଅର୍ଚ୍ଚନାଙ୍କୁ ପୁଣି ରିମାଣ୍ଡରେ ନେବାପାଇଁ ଇଡି ଅନୁମତି ମାଗିଥିଲେ ହେଁ କୋର୍ଟ ଅନୁମତି ଦେଇ ନାହାନ୍ତି । ଅର୍ଚ୍ଚନାଙ୍କୁ ପ୍ରଥମେ ୭ ଦିନିଆ ରିମାଣ୍ଡରେ ନେଇଥିଲା ଇଡି। ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ପରେ ୬ ଦିନିଆ ରିମାଣ୍ଡରେ ନେଇଥିଲା। ୩ୟ ପର୍ଯ୍ୟାୟରେ ପୁଣି ତାଙ୍କୁ ୨ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ଇଡି। କିନ୍ତୁ କୋର୍ଟ ଅନୁମତି ମିଳିନଥିଲା।   ଅନ୍ୟପକ୍ଷେ  ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମା ବଢ଼ିଥିବା ଜଣାଯାଇଛି ।

 

 

Leave A Reply

Your email address will not be published.