Latest Odisha News

BREAKING NEWS

JEE Advanced 2023 ପାଇଁ ଜାରି ହେଲା ନୋଟିଫିକେଶନ, ଜାଣନ୍ତୁ, କେବେ ଭରିବେ ଫି

ନୂଆଦିଲ୍ଲୀ: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ  (Indian Institute of Technology) ଗୌହାଟୀ  ପକ୍ଷରୁ  ଜଏଣ୍ଟ ଏଣ୍ଟ୍ରେନ୍ସ ଅର୍ଥାତ ଜେଇଇ ଆଡଭାନ୍ସ ୨୦୨୩ ପାଇଁ  ଜାରି ହେଲା ନୋଟିଫିକିଶେନ । ଯୋଗ୍ୟ ଆଶାୟୀ ପ୍ରାର୍ଥୀ ୨୦୨୩ ଏପ୍ରିଲ ୩୦ ତାରିଖ ସକାଳ ୧୦ଟାରେ ଅଫିସିଆଲ ୱେବସାଇଟ jeeadv.ac.in ରେ ପରୀକ୍ଷା ପାଇଁ ଆବେଦନ କରିପାରିବେ ।

BjdElectrycity

ପ୍ରାର୍ଥୀ ମେ’ ୪ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେଶନ କରିପାରିବେ । ଏଥିପାଇଁ ୨୦୨୩ ମେ ୫ ତାରିଖ ସୁଦ୍ଧା ଫି ଭରିବାକୁ ପଡ଼ିବ । କେମେଷ୍ଟ୍ରୀ ଏବଂ ମ୍ୟାଥ ବିଷୟ ସହିତ ଦ୍ୱାଦଶ ପରୀକ୍ଷାରେ ପାସ କରିଥିବା ଛାତ୍ରଛାତ୍ରୀ ୨୦୨୩ ଜେଇ ଆଡଭାନ୍ସଡ ପାଇଁ ଆବେଦନ କରିପାରିବେ । ଦ୍ୱାଦଶ ପରୀକ୍ଷା ଦେଇଥିବା ପିଲା ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ।

ରେଜିଷ୍ଟ୍ରଶନ ଫି

ଜେଇଇ ଆଡଭାନ୍ସଡ ୨୦୨୩ ପାଇଁ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ପିଡ୍ଲୁଡି/ ମହିଳା ପ୍ରାର୍ଥୀ (ସବୁ ଶ୍ରେଣୀର)ଙ୍କ ପାଇଁ ଫିସ ୧୪୫୦ ଟଙ୍କା ରହିଛି । ଅନ୍ୟ ସମସ୍ତ ବର୍ଗ ପାଇଁ ୨୯୦୦ ଟଙ୍କା ରହିଛି । ଜଲଣ୍ଟ ଏଣ୍ଟ୍ରାନ୍ସ ୨୦୨୩ ପରୀକ୍ଷା ଜୁନ ୪ ତାରିଖରେ ହେବ  । ସକାଳ ୯ଟାରୁ ଦ୍ୱୀପହର  ୧୨ଟା ପର୍ଯ୍ୟନ୍ତ ପେପର-୧ ଏବଂ ଦ୍ୱିପହର ୨.୩୦ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ  ପେପର-୨ ପାଇଁ ପରୀକ୍ଷା ହେବ । ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ବ୍ୟାଚେଲର, ଇଣ୍ଟିଗ୍ରେଟେଡ ମାଷ୍ଟରରେ ପ୍ରବେଶ ପାଇଁ ଜେଇଇ ଆଡଭାନ୍ସଡ ପରୀକ୍ଷା ଆ୍ରୟୋଜନ କରାଯାଇଥାଏ । ଜଣେ ପ୍ରାର୍ଥୀ ଦୁଇ ବର୍ଷରେ ସର୍ବାଧିକ ୨ ଥର ଜେଇଇ ଆଡଭାନ୍ସ ଦେଇପାରିବେ ।

ଜେଇଇ ଆଡଭାନ୍ସ ୨୦୨୩ରେ ଦୁଇଟି ପ୍ରଶ୍ନପତ୍ର ରହିବ । ପେପର-୧ ଏବଂ ପେପର-୨ । ଦୁଇଟି ଯାକ ପେପରର ସମୟ ଅବଧି ୩ ଘଣ୍ଟା ରହିଛି । ପ୍ରତ୍ୟେକ ପ୍ରଶ୍ନପତ୍ରରେ ତିନୋଟି ଭାଗ ରହିଛି । ଫିଜିକ୍ସ, କେମେଷ୍ଟ୍ରି ଏବଂ ମ୍ୟାଥ ।  ପ୍ରାର୍ଥୀଙ୍କ ବୁଝିବା ଶକ୍ତି, ତର୍କ ଏବଂ ବିଶ୍ଳେଷଣାତ୍ମ କ୍ଷମତାର ପରୀକ୍ଷଣ ପାଇଁ ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯାଇଥାଏ । ଏଥିରେ ନେଗେଟିଭ ମାର୍କିଂ ବି ରହିଛି  । ପ୍ରଶ୍ନପତ୍ର ଦୁଇଟି ଭାଷା ଇଂରାଜୀ ଏବଂ ହିନ୍ଦୀରେ ଆସିବ  ।

Leave A Reply

Your email address will not be published.