ନୂଆଦିଲ୍ଲୀ: ଚାଲିଥିଲା ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସାମ୍ବାଦିକ ସମ୍ମିଳନୀ । ଯେଉଁଥିରେ ଯୁଦ୍ଧ ଏବଂ ଆର୍ଥିକ ଚ୍ୟାଲେଞ୍ଜ ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା। ହେଲେ ହଠାତ ଏଭଳି କିଛି ଘଟଣା ଘଟିଥିଲା ଯାହା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ଗମ୍ଭୀର ଆଲୋଚନା ଭିତରେ ସେଠାରେ ଉପସ୍ଥିତ ଥିବା ଜଣେ ସମ୍ବାଦିକ ସମସ୍ତଙ୍କ ଆଗରେ ଏପରିକି ପୁଟିନଙ୍କ ଆଗରେ ନିଜ ଗାର୍ଲଫ୍ରେଣ୍ଡକୁ ବାହାଘର ପାିଁ ପ୍ରପୋଜ କରିଥିଲେ । ଏହା ସହିତ ପୁଟିନଙ୍କୁ ନିଜ ସମସ୍ୟା ମଧ୍ୟ ଜଣାଇଥିଲେ କାଉଁ କାରଣ ପାଇଁ ତାଙ୍କ ବିବାହ ହୋଇପାରିନଥିଲା । ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକ ମାନେ ଜୋରେ ହସିବାକୁ ଲାଗିଥିଲେ ।
ସେତେବେଳେ ଏଭଳି କିଛି ଘଟିଥିଲା ଯେ,ସମସ୍ତେ ଜୋର ଜୋରରେ ହସିବାକୁ ଲାଗିଥିଲେ। ଏହାର କାରଣ ଥିଲା ପ୍ରେସ୍ କନଫ୍ରେନ୍ସ ଚାଲିଥିବା ବେଳେ ଜଣେ ସାମ୍ବାଦିକ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। କେବଳ ସେତିକି ନୁହେଁ ସାମ୍ବାଦିକ ଜଣକ ପୁଟିନଙ୍କୁ ମଧ୍ୟ ବିବାହରେ ଆସିବାକୁ ଅନୁରୋଧ କରିଥିଲେ। ସାମ୍ବାଦିକ ଜଣକ କହିଥିଲେ ଯେ, ଗତ ୮ ବର୍ଷ ଧରି ସେ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ରିଲେସନ୍ସିପ୍ରେ ଅଛନ୍ତି। କିନ୍ତୁ ଦରଦାମ ବୃଦ୍ଧି ଯୋଗୁଁ ସେ ବିବାହ କିମ୍ବା ପରିବାର ବଢାଇବା ବିଷୟରେ ଭାବି ପାରୁନଥିଲେ। କାରଣ ତାଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ସାମ୍ବାଦିକଙ୍କ ହାତରେ ଥିଲା ଗୋଟିଏ ବ୍ୟାନର ଯେଉଁଥିରେ ଲେଖାଥିଲା ମୁଁ ବିବାହ କରିବାକୁ ଚାହୁଁଛି। ୨୩ ବର୍ଷର ସାମ୍ବାଦିକ ଜଣକ କହିଥିଲେ, ମୋତେ ଜଣାଅଛି ମୋ ଗର୍ଲଫ୍ରେଣ୍ଡ ଏହି ଲାଇଭ ପ୍ରେସ୍ କନଫ୍ରେନ୍ସ ଦେଖୁଛି। ନିଜ ପ୍ରେମିକାର ନା ନେଇ ସେ କହିଥିଲେ ଓଲକା, କ’ଣ ତୁମେ ମୋତେ ବିବାହ କରିବ ? ଏହାପରେ ପୁରା ହଲ୍ ଭିତରେ ସମସ୍ତେ ଖୁସିରେ କରତାଳି ମାରିଥିଲେ । ରାଷ୍ଟ୍ରପତି ପୁଟିନ୍ ମଧ୍ୟ ନିଜେ ନିଜ ହସ ରୋକିପାରିନଥିଲେ।