ନୂଆଦିଲ୍ଲୀ: ପାହାଲଗାମ ଆତଙ୍କବାଦୀ ହମଲା ପରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂର ଉପରେ ଖାନ୍ ସାର୍ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ପାକିସ୍ତାନରୁ ସୁଧାର ଆଶା କରୁଛୁ, କିନ୍ତୁ ଏହା ସମ୍ଭବ ନୁହେଁ। ଖାନ୍ ସାର୍ କହିଛନ୍ତି ଯେ ୫୦୦-୧୦୦୦ ଆତଙ୍କବାଦୀଙ୍କୁ ମାରିଲେ କିଛି ହେବ ନାହିଁ। ପାକିସ୍ତାନରେ ୨୪ କୋଟି ଆତଙ୍କବାଦୀ ରହୁଛନ୍ତି।
ଖାନ୍ ସାର୍ ଆହୁରି କହିଛନ୍ତି, “ଆମର ଏକ ଭୁଲ୍ ଧାରଣା ଅଛି ଯେ ଆମେ ପାକିସ୍ତାନରୁ ଆତଙ୍କବାଦକୁ ଶେଷ କରିଦେବୁ। ହେଲେ ଆମେ ଜାଣିବା ଆବଶ୍ୟକ ଯେ ଯଦି ଗୋଟିଏ ମଧ୍ୟ ପାକିସ୍ତାନୀ ଜୀବିତ ରହୁଛନ୍ତି, ତେବେ ସେ ଆତଙ୍କବାଦୀ। ଏହି ଭୁଲ୍ ଧାରଣାରୁ ନିଜକୁ ବାହାର କରନ୍ତୁ ଯେ ପାକିସ୍ତାନରେ କିଛି ଭଲ ଲୋକ ମଧ୍ୟ ରହୁଛନ୍ତି।” ପାକିସ୍ତାନ ବିରୁଦ୍ଧରେ ହୋଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ଖାନ୍ ସାର୍ ସନ୍ତୁଷ୍ଟ ନୁହନ୍ତି। ସେ କହିଛନ୍ତି, “ପାକିସ୍ତାନକୁ ଆହୁରି ଅଧିକ କ୍ଷତି ପହଞ୍ଚାଇବା ଉଚିତ୍ ଥାନ୍ତା। ତାଙ୍କର ଗୋଟିଏ ମଧ୍ୟ ଏୟାରପୋର୍ଟ ସୁରକ୍ଷିତ ରହିବା ଉଚିତ୍ ନଥାନ୍ତା। ଏହା ଦ୍ୱାରା ସେଠାକାର ଜନତାଙ୍କୁ ବିଶ୍ୱାସ ହେଉଥାନ୍ତା ଯେ ପାକିସ୍ତାନ କେତେ ବଡ଼ ଭୁଲ୍ କରିଛି।”
ଖାନ୍ ସାର୍ ଆଗକୁ କହିଛନ୍ତି, “ଯେଉଁଠାରେ ୨୪ କୋଟି ଆତଙ୍କବାଦୀ ରହୁଛନ୍ତି, ସେଠାରେ ୫୦୦ରୁ ୧୦୦୦ ଆତଙ୍କବାଦୀଙ୍କୁ ମାରିଲେ କିଛି ହେବ ନାହିଁ। ପାକିସ୍ତାନକୁ ସବୁ ଦିଗରୁ ଏତେ ଦୁର୍ବଳ କରିଦିଅନ୍ତୁ ଯେ ପ୍ରତ୍ୟେକ ପିଲାଙ୍କୁ ଲାଗିବ ଯେ ପାକିସ୍ତାନ ଭୁଲ୍ କରିଛି। ଯେତେବେଳେ ପାକିସ୍ତାନର ଲୋକେ ପାକିସ୍ତାନକୁ କହିବେ ଯେ ଭାରତ ସହ ମୁକାବିଲା କର ନାହିଁ, ସେତେବେଳେ ବୁଝାପଡ଼ିବ।” ଖାନ୍ ସାର୍ କହିଛନ୍ତି ଯେ ଆମେ ଯେତିକି ଆଶା କରୁଥିଲୁ, ପାକିସ୍ତାନକୁ ସେତିକି କ୍ଷତି ପହଞ୍ଚାଯାଇ ନାହିଁ। ସେ କହିଛନ୍ତି, “ଯେପର୍ଯ୍ୟନ୍ତ ସେଠାରେ ନୂଆ କବରସ୍ଥାନ ନିର୍ମାଣ ହେଉଛି, ଗୋଟିଏ ଉପରେ ଗୋଟିଏ ମୃତଦେହ ନ ପଡୁଛି, ସେପର୍ଯ୍ୟନ୍ତ ପହାଲଗାମ ହମଲାର ବଦଲା ପୂରା ହେବ ନାହିଁ। ଏଥର ପାକିସ୍ତାନକୁ ପୂରାପୂରି ନଷ୍ଟ କରିଦେବା ଉଚିତ୍ ଥାନ୍ତା। ମୋ ମନରେ ଏହି ଦୁଃଖ ରହିଛି।”
ସୂଚନାଥାଉକି, ପହାଲଗାମ ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭାରତ ୬-୭ ମେ’ ରାତିରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା, ଯେଉଁଥିରେ ପିଓକେରେ ୯ଟି ଆତଙ୍କବାଦୀ ଠିକଣାକୁ ଟାର୍ଗଟ କରାଯାଇଥିଲା। ଏହି ହମଲାରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହାପରେ ପାକିସ୍ତାନ ପକ୍ଷରୁ ତିନି ଦିନ ଧରି ଡ୍ରୋନ୍ ଓ ମିସାଇଲ୍ ଦ୍ୱାରା ହମଲା କରାଯାଇଥିଲା, ଯାହାର ଭାରତୀୟ ସେନା ମୁଁହତୋଡ଼ ଜବାବ ଦେଇଥିଲା। ଆଉ ଏହାର ପ୍ରତିଆକ୍ରମଣରେ ସେନା ପାକିସ୍ତାନର ୧୧ଟି ଏୟାରବେସ୍କୁ ଧ୍ୱଂସ କରିଦେଇଥିଲା।
Comments are closed.