Latest Odisha News

BREAKING NEWS

ବରଗଡରେ ଚିହ୍ନଟ ୨ୟ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ ସବିଶେଷ ତଥ୍ୟ

ବରଗଡ: ବରଗଡରେ ଗୁରୁବାର ଦିନ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।

କରୋନା ପଜିଟିଭ ଚିହ୍ନଟ ଏହି ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ବରଗଡ଼ ଜିଲ୍ଲା ବରପାଲି ବ୍ଲକର ବୋଲି ଜଣାପଡିଛି। ତାଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ ସେ ନିକଟରେ ମୁମ୍ବାଇରୁ ଫେରିଥିବା ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ସୂଚନା ଦେଇଛନ୍ତି।

ସେ ଏକ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। ଗତ ମେ ୨୩ ତାରିଖରେ ବରଗଡରେ ପ୍ରଥମ ପଜିଟି ଚିହ୍ନଟ ହୋଇଥିଲା ।

Comments are closed.