ସମ୍ବଲପୁର : ଏଫ ଏମ କଲେଜ ଘଟଣାର କିଛିଦିନ ନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା । ବିବାହର ପ୍ରତିଶୃତି ଦେଇ ଜଣେ ଅଧ୍ୟାପକ ଛାତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ଅଧ୍ୟାପକ ଗୋପୀକାନ୍ତ ସୁନା ପ୍ରେମ ନିବେଦନ କରିଥିଲେ । ଏହାପରେ ବିବାହ ପାଇଁ ଅଧ୍ୟାପକ ପ୍ରସ୍ତାବ ଦେଇଥିଲେ । କିଛିଦିନ ଯିବା ପରେ ସେ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ ଶାରିରୀକ ସମ୍ପର୍କ ରଖିବା ପରେ ଆଉ ଛାତ୍ରୀଙ୍କୁ ଧରାଛୁଆଁ ଦେଇନଥିଲେ । ଏ ବାବଦରେ ଛାତ୍ରୀ ଜଣଙ୍କ ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଅଧ୍ୟାପକ ଗୋପୀନାଥଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ମିଥ୍ୟା କଥା କହି ଛାତ୍ରୀଙ୍କୁ ଅଧ୍ୟାପକ ଫସାଇ ଦେଇଥିଲେ । ଆଉ ପ୍ରତିଦିନ କିଛି ନା କିଛି ବାହାନା କରି ଶାରିରୀକ ସମ୍ପର୍କ ରଖିଥିଲେ । ହେଲେ ବିବାହ କଥା କହିବାରୁ ସେ ଏହାକୁ ଗ୍ରହଣ କରିନଥିଲେ । ତେଣୁ ଛାତ୍ରୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ଥାନାରେ ଦ୍ୱାରସ୍ଥ ହେବା ପରେ ମହିଳା ଥାନା ପୋଲିସ ଅଭିଯୁକ୍ତ ଅଧ୍ୟାପକ ଗୋପୀନାଥଙ୍କୁ ଗିରଫ କରିଛି ।
BREAKING NEWS
- ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ରାଜଧାନୀର ବାର ଓ ରେଷ୍ଟୁରାଣ୍ଟରେ ରାତି ଅଧିଆ ଚଢ଼ାଉ
- kolkata salt lake stadium: ମମତାଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ
- CRPF Jawan: ନକ୍ସଲଙ୍କ ବଡ ହିଂସାତ୍ମକ ଯୋଜନା ପଣ୍ଡ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ
- Delhi Blast: ଲାଲକିଲ୍ଲା ବିସ୍ଫୋରଣ ଘଟଣା, ୨ ଜଣଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ
- Road Accident: ହାଇୱା-କାର୍ ମୁହାଁମୁହିଁ ଧକ୍କା: ସାମ୍ବାଦିକ ଓ ତାଙ୍କ ପତ୍ନୀ ଗୁରୁତର…
- Cold Wave: ପ୍ରବଳ ଜାଡ଼ରେ ଥରହର ରାଜ୍ୟବାସୀ, ସପ୍ତାହେ ଯାଏଁ ବଦଳିବନି ପାଗ..
- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଫୁଟବଲ୍ ଖେଳିଲେ, ରାହୁଲ ଗାନ୍ଧୀଙ୍କୁ ଆର୍ଜେଣ୍ଟିନା ଜର୍ସି ପ୍ରଦାନ କଲେ ମେସି
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
Comments are closed.