Latest Odisha News

BREAKING NEWS

ଲକ୍‌ଡାଉନ ରେସିପି: ନାଗପୁର, ମହାରାଷ୍ଟ୍ରରୁ ସବିତା ଭଂଜାନୀ ଥରାଟ୍ଟେଙ୍କ ଭିଣ୍ଡି କଚୋଡି

ଭୁବନେଶ୍ୱର :  www.odishabytes.com ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ ପ୍ରତିଦିନ ଆମ ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲୁ। ଏହାକୁ ବହୁ ସଂଖ୍ୟାରେ ଲାଇକସ୍ ମିଳିବା ସହ ଆପଣମାନେ ତାକୁ ସେୟାର ମଧ୍ୟ କରିଛନ୍ତି । ଏଥି ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ । ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଲାଲଚାନ୍ଦ୍ ଜୁଏଲର୍ସ ପକ୍ଷରୁ ଡାଇମଣ୍ଡ ଲକେଟ୍ ପ୍ରଦାନ କରାଯିବ ।

ଆସନ୍ତୁ ଜାଣିବା ମହାରାଷ୍ଟ୍ରର ସବିତା ଭଂଜାନୀ ଥରାଟ୍ଟେଙ୍କ ଭିଣ୍ଡି କଚୋଡିର ପ୍ରସ୍ତୁତି ପ୍ରଣାଳୀ ।

ସାମଗ୍ରୀ:

  • ୧ କପ୍ ମଇଦା
  • ୨ଟି-ସ୍ପୁନ୍ ସୁଜି
  • ରିଫାଇନ୍‌ଡ ତେଲ
  • ସ୍ୱାଦ ଅନୁସାରେ ଲୁଣ
  • ୩ ଟି-ସ୍ପୁନ୍ ଭଜା ହୋଇଥିବା ବେସନ
  • ୧ ଟି-ସ୍ପୁନ୍ କର୍ଣ୍ଣ ଫ୍ଲାୱାର
  • ୫ଟି ଲବଙ୍ଗ
  • ୨ଟି ଅଳେଇଚ
  • ଗୋଲ ମରିଚ
  • ୧ ଟି-ସ୍ପୁନ୍ ଜିରା
  • କଂଚା ଲଂକା
  • ହେଙ୍ଗୁ
  • ୧୨୫ ଗ୍ରାମ୍ ଭେଣ୍ଡି

 

ପ୍ରସ୍ତୁତି ପ୍ରଣାଳୀ:

  • ସମସ୍ତ ସାମଗ୍ରୀକୁ ମିଶ୍ରଣ କରି ମଇଦାର ଗୁଳା ପ୍ରସ୍ତୁତ କରି ୨୦ ମିନିଟ୍ ପାଇଁ ଘୋଡାଇ ରଖନ୍ତୁ ।
  • ଭେଣ୍ଡିକୁ ଛୋଟଛୋଟ କରି କାଟି ସେଥିରେ କର୍ଣ୍ଣ ଫ୍ଲାୱାର ମିଶାଇ ଛାଣି ରଖନ୍ତୁ ।
  • ମିକ୍ସରରେ ଛଣା ହୋଇଥିବା ଭେଣ୍ଡି, ଭଜା ବେସନ, କଂଚା ଲଂକା, ଲୁଣ, ହେଙ୍ଗୁ ଓ ଗୋଟା ଗରମ ମସଲାକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
  • ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ମଇଦା ଗୁଳାରେ ଫିିଲିଂ କରି ଗରମ ତେଲରୁ ମିଡିଅମ୍ ଆଂଚରେ ଛାଣନ୍ତୁ ।
  • ପ୍ରସ୍ତୁତ ଭିଣ୍ଡି କଚୋରିକୁ ତେନ୍ତୁଳୀ କିମ୍ବା ପୁଦିନା ଚଟଣି ସହ ପରଷନ୍ତୁ ।
Leave A Reply

Your email address will not be published.