Latest Odisha News

ଠପ୍ ହୋଇଯାଇଛି ଲଣ୍ଡନର ହିଥ୍ରୋ ବିମାନବନ୍ଦର, ଭାରତକୁ ଆସିପାରୁନି ବିମାନ

ନୂଆଦିଲ୍ଲୀ: ଠପ୍ ହୋଇଯାଇଛି ଲଣ୍ଡନର ବ୍ୟସ୍ତବହୁଳ ହିଥ୍ରୋ ବିମାନବନ୍ଦର । ଭାରତ ସହ ଅନ୍ୟ ଦେଶକୁ ବିମାନ ଚଳାଚଳ ବନ୍ଦ କରାଯାଇଛି । ଏଭଳିକି ୧୨୦ରୁ ଅଧିକ ବିମାନର ଉଡ଼ାଣ ବାତିଲ୍ ହୋଇଥିବାବେଳେ ୧୩୦୦ ଅଧିକ ବିମାନ ପ୍ରଭାବିତ ହୋଇଛି । ଯାହାଫଳରେ ଫସି ରହିଛନ୍ତି ହଜାର ହଜାର ଯାତ୍ରୀ । ନିଆଁ ଲିଭିଥିଲେ ମଧ୍ୟ ସ୍ବାଭାବିକ ହୋଇପାରିନି ବିମାନ ଚଳାଚଳ । ଆହୁରି ୨ରୁ ୩ ଦିନ ଲାଗିବା ନେଇ ଅନୁମାନ କରାଯାଉଛି । ପାୱାର ସବ୍ ଷ୍ଟେସନରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଫଳରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି…

ବିମାନ ବନ୍ଦରକୁ ଲାଗି ଭୟଙ୍କର ଅଗ୍ନିକାଣ୍ଡ ପରେ ଏବେ ସ୍ଥିତି ଅଣାୟତ୍ତ ହୋଇ ପଡି଼ଛି । ସ୍ଥିତି ଏଭଳି ହୋଇଛି ହିଥ୍ରୋ ବିମାନବନ୍ଦରରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଠପ୍ ହୋଇଯାଇଛି ବିମାନ ଉଡ଼଼ାଣ । ପରିସ୍ଥିତିକୁ ନଜରରେ ରଖି ୨୪ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ କରାଯାଇଛି । ଯାହାଫଳରେ ଅନେକ ବିମାନ ଅନ୍ୟ ବିମାନବନ୍ଦରର ମଧ୍ୟ ଅଟକି ରହିଛନ୍ତି । ରିପୋର୍ଟ ଅନୁସାରେ ୧୨୦ରୁ ଅଧିକ ବିମାନର ଉଡ଼ାଣ ବାତିଲ୍ କରାଯାଇଥିବାବେଳେ ବହୁ ବିମାନର ଗତିପଥ ବଦଳାଇ ଦିଆଯାଇଛି । ଏ ନେଇ ବିମାନ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି । ଯାହାଫଳରେ ହିଥ୍ରୋ ବିମାନବନ୍ଦର ପାଖାପାଖି ଅଞ୍ଚଳରେ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି ।

ହିଥ୍ରୋ ବିମାନ ବନ୍ଦର ବନ୍ଦ ହେତୁ ୧୩୦୦ରୁ ଅଧିକ ବିମାନ ପ୍ରଭାବିତ ହୋଇଛି । ୟୁରୋପରୁ ଆସୁଥିବା ସମସ୍ତ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି । ନଜର ପକାନ୍ତୁ ବିମାନର ଏହି ଗତିପଥ ଉପରେ । ଯେତେବେଳେ ବିମାନବନ୍ଦର ନିକଟରେ ନିଆଁ ଲାଗିଥିଲା,ସେତେବେଳେ କୌଣସି ବିମାନକୁ ଅବତରଣ ପାଇଁ ଅନୁମତି ମିଳିନଥିଲା । ଯାହାଫଳରେ ଆକାଶ ମାର୍ଗରେ ଟ୍ରାଫିକ ଜାମ୍ ଭଳି ସ୍ଥିତି ହୋଇଥିଲା । ସମସ୍ତ ବିମାନ ଉଡ଼ାଣ ଭରିଥିଲେ ମଧ୍ୟ ଆଉ ଅବତରଣ କରିପାରିନଥିଲେ । ଏପଟେ ମୁମ୍ବାଇ ବିମାନବନ୍ଦରରେ ମଧ୍ୟ ହିଥ୍ରୋ ବିମାନବନ୍ଦର ଯିବାକୁ ଥିବା ବିମାନ ଅଟକି ରହିଛି ।

Leave A Reply

Your email address will not be published.