Latest Odisha News

BREAKING NEWS

ଭୁବନେଶ୍ୱରରେ ପଲସର ଗ୍ୟାଙ୍ଗର ଆତଙ୍କ, ଝାମ୍ପି ନେଲେ 10 ଲକ୍ଷ ଟଙ୍କାର ସୁନା ଚେନ

ଭୁବନେଶ୍ୱର :ରାଜଧାନୀରେ ପଲସର ଗ୍ୟାଙ୍ଗର ଆତଙ୍କ । ମହିଳାଙ୍କ ବେକରୁ ଝାମ୍ପି ନେଲେ 10 ଲକ୍ଷ ଟଙ୍କାର ସୁନା ଚେନ। ମଂଚେଶ୍ୱର ଥାନା ପଳାଶୁଣୀ ଅଂଚଳରେ ଘଟିଛି ଏଭଳି ଘଟଣା । ଲୁଟ ଶିକାର ହୋଇଛନ୍ତି ପୁନମ ପରିଡା ନାମକ ଜଣେ ମହିଳା।

ସ୍ୱାମୀ ଓ ପୁଅଙ୍କ ସହ ପଳାଶୁଣୀ କେନାଲ ରୋଡରେ ଥିବା ଏକ ଦୋକାନକୁ ଫ୍ୟାନ କିଣିବାକୁ ଆସିଥିଲେ। ସ୍ୱାମୀ ଓ ପୁଅ ଦୋକାନ ଭିତରକୁ ଫ୍ୟାନ କିଣିବାକୁ ଯାଇଥିବା ବେଳେ ମହିଳା ଗାଡ଼ିରେ ବସିଥିଲେ । ଏହି ସମୟରେ ହେଲମେଟ ପିନ୍ଧି ଦୁଇ ଯୁବକ ଏକ ପଲସରରେ ଆସି ପ୍ରଥମେ ମହିଳା ବସିଥିବା ଗାଡି ପାଖରେ ଛିଡା ହୋଇଥିଲେ। ମହିଳାଜଣକ ଟିକେ ଅନ୍ୟମନସ୍କ ହେବା ସମୟରେ ପୂର୍ବରୁ ଛକି ବସିଥିବା ଦୁର୍ବୁତ୍ତ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ।ଏନେଇ ଅଭିଯୋଗ ହେବାରୁ ମଂଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପାଖଆଖରେ ଲାଗିଥିବା ସିସିଟିଭି ଫୁଟଜେ ଆଧାରରେତଦନ୍ତ କରୁଛି ।

Leave A Reply

Your email address will not be published.