Latest Odisha News

BREAKING NEWS

ଲଘୁଚାପ ଦୁର୍ବଳ, କାଲି ୩ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୫.୮ ତୁଳନାରେ ୩୨୯ ପ୍ରତିଶତ ଅଧିକ ରହିଛି ।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୧.୬ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୭.୫ ମିମି ତୁଳନାରେ ୮୫୫ ପ୍ରତିଶତ ଅଧିକ ରହିଛି । ଦଶହରା ବିଜୟା ଦଶମୀ ଅବସରରେ ରାଜ୍ୟର ବର୍ଷାର ପରିମାଣ କମିଛି ।

ଆସନ୍ତାକାଲି ରାଜ୍ୟର ୪ ଜିଲ୍ଲା ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ଦୁର୍ବଳ ପରେ ବର୍ଷା କମିଥିବାରୁ ଆଜି ସନ୍ଧ୍ୟାରେ ରାବଣ ପୋଡ଼ି ଉତ୍ସବ ଫିକା ପଡ଼ିବ ନାହିଁ ।

Leave A Reply

Your email address will not be published.