Latest Odisha News

BREAKING NEWS

ମା…ଏକ ଶଦ୍ଦ ନୁହେଁ, ଏକ ଆବେଗ, ଏକ ଆତ୍ମୀୟତା ଓ ଏକ ସ୍ୱର୍ଗୀୟ ଅନୁଭବ

ମାତୃତ୍ୱ ଦିବସ ପାଳନ ପାଶ୍ଟାତ୍ୟ ସମସ୍କୃତିର ଏକ ଅଂଶ ହୋଇପାରେ ସତ ହେଲେ ଏ ଦିବସ ମାର ସମ୍ମାନ କ୍ଷେତ୍ରରେ ଏକ ବାର୍ତ୍ତା ବହ । ୧୯୧୨ରେ ମାତୃତ୍ୱ ଦିବସ ପ୍ରଥମେ ୟୁନାଇଟେଡ ଷ୍ଟେଟସରେ ପାଳନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାର ବିଶ୍ୱବ୍ୟାପୀ ଆଦୃତି ବଢିଥିବା ବେଳେ ଏବେ ୪୦ ଟି ଦେଶ ମାତୃତ୍ୱ ଦିବସ ପାଳନକୁ ଗୁରୁତ୍ୱ ଦେଉଛନ୍ତି ।

ମା…ଏକ ଶଦ୍ଦ ନୁହେଁ, ଏକ ଆବେଗ, ଏକ ଆତ୍ମୀୟତା, ଏକ ସରଳ ଚିତ୍ର, ଏକ ସ୍ୱର୍ଗୀୟ ଅନୁଭବ । ଦୁନିଆର ଅଗଣିତ ସମ୍ପର୍କ ଭିତରୁ ଯେଉଁ ସମ୍ପର୍କ ସବୁଠୁ ଓଜନିଆ ସେ ବନ୍ଧନ ମାର । ତାରି ମମତାରେ ଦୁର୍ବିସହ କର୍ମକ୍ଲାନ୍ତ ଜୀବନଟି ଜୀବନ୍ତ ଲାଗେ । ସେ ଥିଲେ ଘର ସ୍ୱର୍ଗ, ସେ ନ ଥିଲେ ବେସାହାରା ମୂଲ୍ୟହୀନର ବିକ୍ଷିପ୍ତ ଅନୁଭବରେ ଆମେ ଭାଙ୍ଗିପଡୁ । ତା ଭଲପାଇବା… ତା ଯତ୍ନ ନେବା..ତା ନିସ୍ୱାର୍ଥପର ଉପସ୍ଥିତିରେ ଆମ ଦିନ ସବୁ ଆରାମରେ ବିତିଯାଏ । ତେବେ ତା ମହାନତାକୁ ଦିନଟିଏ ବ୍ୟକ୍ତି କରିବା ସମ୍ଭବ ନୁହଁ, ତା ପାଇଁ ସବୁ ଦିନ ସମର୍ପିତ । ହେଲେ ମାତୃତ୍ୱ ଦିବସ ଅବସରରେ ଆଣିଦିଏ ହୃଦୟର କେଇପଦ କଥା ତାଆଗରେ ବ୍ୟକ୍ତି କରିବାକୁ ।

ମନର ଭାବନା ଜଣାଇ ଦିଏ କୃତଜ୍ଞତା ପ୍ରକାଶ କରିବାକୁ ଏବଂ ସର୍ବୋପରି କିଛି ହୃଦୟହୀନ ପାଷାଣକୁ ମା ପ୍ରତି ଥିବା ନିଜର କର୍ତ୍ତବ୍ୟ ମନେ ପକାଇ ଦେବାକୁ ମେ ମାସର ଦ୍ୱିତୀୟ ରବିବାରକୁ ବିଶ୍ୱ ମାତୃତ୍ୱ ଦିବସ ଭାବେ ପାଳନ କରାଯାଏ । ଏ ଦିବସ ଏକ ଆହ୍ୱାନ ପ୍ରତି ପିଢୀ ପାଇଁ । ଉଚ୍ଚ ଶିକ୍ଷିତ ସଭ୍ୟ ସମାଜରେ ଅବହେଳିତ ହେଉଥିବା ମାଟିକୁ ନ୍ୟାୟ ଦେବା ପାଇଁ ।

Leave A Reply

Your email address will not be published.