Latest Odisha News

ପ୍ରେମିକାଙ୍କ ପାଇଁ ନିଜ କମ୍ପାନିରୁ ସବୁ ଲୁଟିନେଲେ, ଉପହାରରେ ଦେଲେ BMW କାର

ଲକ୍ଷ୍ନୌ : ପ୍ରେମ ପାଇଁ ସବୁ ସାରିଦେଲେ ଯୁବକ । କେବଳ ନିଜ ଆକାଉଣ୍ଟ ଖାଲି କରିନାହାନ୍ତି ସେ କାମ କରୁଥିବା କମ୍ପାନିର ମଧ୍ୟ ଆକାଉଣ୍ଟ ଖାଲି କରିଦେଇଛନ୍ତି । ଆଉ ଏହି ଟଙ୍କାରେ ନିଜ ପ୍ରେମିକାଙ୍କ ପାଇଁ ହୀରା, ବିଳାସପୂର୍ଣ୍ଣ କାର ଏବଂ ୪-ବିଏଚକେ ଫ୍ଲାଟ କିଣି ଦେଇଛନ୍ତି । ଏପରି କାଣ୍ଡ ଘଟେଇଛନ୍ତି ମହାରାଷ୍ଟ୍ରର ଜଣେ ୨୩ ବର୍ଷର ଯୁବକ। ଏହି ଯୁବକ ଚାକିରି ପାଇଥିବା ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରୁ ୨୧ କୋଟି ଟଙ୍କା ଉଠାଇ ଏପରି କାଣ୍ଡ କରିଛନ୍ତି । କମ୍ପ୍ୟୁଟର ଅପରେଟର ହର୍ଷଲ କୁମାର କ୍ଷୀରସାଗର, ଯିଏକି ଏକ ରାଜ୍ୟ କ୍ରୀଡ଼ା କମ୍ପ୍ଲେକ୍ସରେ ମାସିକ ୧୩,୦୦୦ ଟଙ୍କା ଦରମାରେ କାମ କରୁଥିଲେ। ସେ ଚଞ୍ଚକତା କରି ନିଜ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିନେଇଥିଲେ। ଆଉ ଏହି ଟଙ୍କାରେ ନିଜ ପ୍ରେମିକାଙ୍କୁ ଦେଇଥିଲେ ଦାମୀ ଉପହାର ।

ସୂଚନା ଅନୁସାରେ, ଖେଳ ବିଭାଗର ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ କ୍ଷୀରସାଗରଙ୍କ ସହ ତାଙ୍କୁ ଏ କାମରେ ସହଯୋଗ କରିଥିବା ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, କ୍ଷୀରସାଗର ଏକ ନୂତନ ଇମେଲ ଆକାଉଣ୍ଟ ଖୋଲିଥିଲେ। ଯାହାର ଠିକଣା କ୍ରୀଡା କମ୍ପ୍ଲେକ୍ସର ଆକାଉଣ୍ଟ ସହିତ ସମାନ ଥିଲା। ଏହା ପରେ ସେ ତାଙ୍କ କାର୍ଯ୍ୟାଳୟରୁ ଏକ ପୁରୁଣା ଚିଠି ବ୍ୟବହାର କରି ବ୍ୟାଙ୍କକୁ ଇମେଲ କରିଥିଲେ ଓ ସ୍ପୋର୍ଟସ କମ୍ପ୍ଲେକ୍ସର ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଇମେଲକୁ ଅପଡେଟ୍ କରିବାକୁ ବ୍ୟାଙ୍କକୁ ଅନୁରୋଧ କରିଥିଲେ। ବ୍ୟାଙ୍କ ଏହି ଇମେଲ ଆଇଡିକୁ ଅପଡେଟ କରିଥିଲା। ତା’ପରେ କ୍ରୀଡା କମ୍ପ୍ଲେକ୍ସର ଓଟିପି ଏବଂ ଆକାଉଣ୍ଟରୁ ଟଙ୍କା ବାହାର କରିବାପାଇଁ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସୂଚନା ଏହି ମେଲ ଆଇଡିକୁ ଆସିବାକୁ ଲାଗିଲା। ଏହାପରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରି ସେ ଜୁଲାଇ ୧ରୁ ଡିସେମ୍ବର ୭ ମଧ୍ୟରେ ୧୩ ଟି ବ୍ୟାଙ୍କରୁ ୨୧.୬ କୋଟି ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି।

ସବୁଠାରୁ ବଡ଼ କଥା ହେଲା କ୍ଷୀରସାଗର ଏହି ଟଙ୍କାରେ ନିଜ ପ୍ରେମିକାଙ୍କୁ ଉପହାର ଦେଇଥି । ଉପହାରରେ ସେ
୧.୩ କୋଟି ଟଙ୍କା ମୂଲ୍ୟର ଏସୟୁଭି, ୧.୨ କୋଟି ଟଙ୍କା ମୂଲ୍ୟର ଏକ ବିଏମଡବ୍ଲୁ କାର ଦେଇଥିଲେ । ଏହା ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ବିଏମଡବ୍ଲୁ ବାଇକ ମଧ୍ୟ ଦେଇଥିଲେ। ଏମିତିକି ପୋଲିସ କହିଛି ଯେ ସେ ଛତ୍ରପତି ଶିବାଜୀ ମହାରଜ ଏୟାରପୋର୍ଟ ନିକଟରେ ୪-ବିଏଚକେ ଫ୍ଲାଟ କିଣି ଉପହାର ଦେଇଛନ୍ତି। ଏହା ସହ ହୀରାରେ ତିଆରି ହୋଇଥିବା ଏକ ଚଷମା ମଧ୍ୟ ନିଜ ପ୍ରମିକାଙ୍କୁ ଦେଇଛନ୍ତି।

Comments are closed.