Latest Odisha News

BREAKING NEWS

କରୋନାରେ ସିଏମ୍‌ ମମତା ବାନାର୍ଜୀଙ୍କ ଭାଇ ଅଶିମ୍ ବନ୍ଦୋପାଧ୍ୟାୟଙ୍କ ପରଲୋକ

ପଶ୍ଚିମବଙ୍ଗ: କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅଶିମ୍ ବନ୍ଦୋପାଧ୍ୟାୟ। କରୋନା ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।

ପାରିବାରିକ ସୂତ୍ର ଅନୁଯାୟୀ, ଗତ ଏକ ମାସ ଧରି ଅଶିମ୍‌ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ।

ସୂତ୍ରରୁ ପ୍ରକାଶ ଯେ, ଅଶିମ୍‌ଙ୍କ ଶେଷକୃତ୍ୟ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି କରାଯିବ।

Comments are closed.