Latest Odisha News

କେନ୍ଦ୍ର ସଂସ୍କୃତି ତାଲିକାରେ ସାମିଲ ହେଲା ଓଡ଼ିଶାର ମାଣବସା, ଛଉ ନୃତ୍ୟ ଓ ରାବଣ ଛାୟା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଇନଟାଂଜିବଲ୍ କଲଚରାଲ୍ ହେରିଟେଜ୍ ତାଲିକାରେ ସ୍ଥାନ ପାଇଲା ରାଜ୍ୟର ୩ଟି ମହାନ୍ ସାଂସ୍କୃତିକ ପରମ୍ପରା । ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ଏହି ତାଲିକାରେ ସାମିଲ କରାଯାଇଛି । ଭାରତ ସରକାରଙ୍କ ଏପରି ନିଷ୍ପତ୍ତି ଦ୍ବାରା ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିବ ।

କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡିଶାର ଅନନ୍ୟ ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱଦରବାରରେ ଉପସ୍ଥାପିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟରେ ଉଲ୍ଲେଖ କରିଛନ୍ତି ।

Comments are closed.