Latest Odisha News

BREAKING NEWS

ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ନୂଆବର୍ଷ ଆରମ୍ଭରୁ ପୋଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ହିଂସା କାଣ୍ଡ ଘଟିଛି ।

ସୂଚନା ଅନୁସାରେ, ବାସାଗୁଡ଼ା ଥାନା ତିମାପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୫ରୁ ୬ଜଣ ସଶସ୍ତ୍ର ମାଓବାଦୀ ଆସି ହେମନ୍ତ ବଡ଼ି ନାମକ ଜଣେ ମାନସିକ ବିକାରଗ୍ରସ୍ତ ଗ୍ରାମବାସୀଙ୍କୁ ଘରୁ ଡ଼ାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି । ହତ୍ୟା ପରେ ମୃତଦେହ ନିକଟରେ ଏକ ଚିଠି ମଧ୍ୟ ଛାଡ଼ିଛନ୍ତି ।

ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ବିଜାପୁର ଏସପି କୋମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.