Latest Odisha News

BREAKING NEWS

ପୋଲିସର ଗୁଇନ୍ଦା ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ତାତିଲେ ମାଓବାଦୀ। ପୋଲିସର ଗୁଇନ୍ଦା ଯବାନଙ୍କୁ ହତ୍ୟା କଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଦାନ୍ତେୱାଡ଼ା ଜିଲ୍ଲା ଟେଟମ ଗ୍ରାମରେ ଘଟିଛି ଏହି ଅଘଟଣ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଟେଟମ ଗାଁରେ ୧୦ରୁ ୧୫ଜଣ ଶସସ୍ତ୍ର ମାଓବାଦୀ ଉମେଶ ମାରକାମ ନାମକ ଜଣେ ଗୁଇନ୍ଦା ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ଗାଁରେ ସିଆରପିଏଫ୍ କ୍ୟାମ୍ପ ଖୋଲିବାକୁ ନେଇ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଉମେଶ। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ସୂଚନା ଦେଲେ ଦାନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲଭ।

Comments are closed.