Latest Odisha News

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ତାଣ୍ଡବ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଦେଖିବାକୁ ମିଳିଲା ମାଓ ତାଣ୍ଡବ। ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଆମଦାଇ ଖଣି ନିକଟ ପ୍ଲାଣ୍ଟରେ ନିୟୋଜିତ ଥିବା ଚାରଟି ଗାଡିକୁ ପୋଡିବା ସହ ଆଇଡି ମଧ୍ୟ ବ୍ଲାଷ୍ଟ କରିଛନ୍ତି ଏଥିରେ ନିକୋପ୍ଲାଣ୍ଟର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କର୍ମଚାରୀ ନିଖୋଜ ଅଛନ୍ତି। ଖବର ପାଇ ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଥିବା ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ମାଓବାଦୀ ମାନେ ବର୍ତ୍ତମାନ ସୁଦ୍ଧା ୬ ଟି ଗାଡି ପୋଡିଥିବା ସୂଚନା ମିଳିଛି।

Comments are closed.