Latest Odisha News

BREAKING NEWS

ପୁଣି ମାତିଲେ ମାଓବାଦୀ, ଅଳ୍ପକେ ବର୍ତ୍ତିଲେ ଆଇଟିବିପି ଯବାନ !

ମାଲକାନଗିରି: ଛତିଶଗଡ ବିଜାପୁରରେ ସହିଦଙ୍କ ଜୁଇର ନିଆଁ ନଲିଭୁଣୁ, ପୁଣିଥରେ ସକ୍ରିୟ ହୋଇଛନ୍ତି ମାଓବାଦୀ । ଏକ ବଡ ଟାର୍ଗେଟରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଛତିଶଗଡ କୁଶନାଡ କ୍ୟାମ୍ପର ୫୩ ବାଟାଲିୟନର ଆଇଟିବିପି ଯବାନମାନେ କୁମ୍ବିଂ ଅପରେସନରେ ଥିଲେ । ସେହି ସମୟରେ ମାଓବାଦୀମାନେ ସେମାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ବିଛାଇଥିଲେ ।

ତେବେ ବିଜାପୁର ଘଟଣା ପରଠୁ ଅଧିକ ତତ୍ପର ତଥା ସତର୍କ ଥିବା ଯବାନ ଦଳ ମେଟାଲ ଡିଟେକ୍ଟର୍ ଜରିଆରେ ଲ୍ୟାଣ୍ଡମାଇନ୍‌କୁ ଠାବ କରିଥିଲେ । ସମସ୍ତ ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କରାଯାଇଥିବାବେଳେ ସତର୍କତା ମୂଳକ ପଦକ୍ଷେପ ପାଇଁ ବର୍ତ୍ତିଲା ଆଇଟିବିପି ଯବାନଙ୍କ ଜୀବନ ।

Leave A Reply

Your email address will not be published.