Latest Odisha News

BREAKING NEWS

ଏଥର ରେକର୍ଡ ଭାଙ୍ଗିବ ତାପମାତ୍ରା ! ପାଣିପାଗ ବିଭାଗର ଡରାଇଲା ଭଳି ପୂର୍ବାନୁମାନ

ନୂଆଦିଲ୍ଲୀ: ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ତାପମାତ୍ରା। ମାର୍ଚ୍ଚରୁ ମେ ଯାଏ ପ୍ରବଳ ଗରମରେ ସିଝିବ ପୂରା ଭାରତ। ଏନେଇ ଡରାଇଲା ଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସାମାନ୍ୟ ତାପମାତ୍ରାଠାରୁ ଢେର ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି। କେବଳ ଏତିକି ନୁହେଁ ହିଟୱେବ ମଧ୍ୟ ଅଧିକ ରହିବ। ଫେବୃଆରୀ ଆରମ୍ଭରୁ ପ୍ରବଳ ଗରମର ପ୍ରୋକପ ଦେଖିବାକୁ ମିଳିଛି। ନିକଟରେ ମଧ୍ୟ ମୁମ୍ୱାଇରେ ହିଟୱେବ ଆଲର୍ଟ ଜାରି କରାଯାଇଥିଲା। ଆସନ୍ତୁ ଜାଣିବା ମାର୍ଚ୍ଚ ମାସରେ କେମିତି ରହିବ ପାଣିପାଗ।

What is a heatwave? Why does it happen? How do heatwaves affect you? - Heatwaves grip India: What is a heatwave? | The Economic Times

ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଜୟ ମହାପାତ୍ର ଆଗାମୀ ତିନି ମାସର ପୂର୍ବାନୁମାନ ଜାରି କରିଛନ୍ତି। ସେ କହିଛନ୍ତି ଯେ ଏହି ତିନି ମିସାରେ ସାମାନ୍ୟଠାରୁ ଅଧିକ ତାପମାତ୍ରା ରହିବ। ଅର୍ଥାତ ମାର୍ଚ୍ଚରୁ ମେ ମଧ୍ୟରେ ପ୍ରବଳ ଗରମ ଅନୁଭୂତ ହେବ। ଏହା ସହ ହିଟୱେବ ମଧ୍ୟ ଅଧିକ ଦିନ ରହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ।

କେନ୍ଦ୍ରୀୟ ପାଣିପାଗ ବିଭାଗର ପୂର୍ବତନ ଆଡିସନାଲ ଡାୟରେକ୍ଟର ଜନେରାଲ ଡା. ଆନନ୍ଦ ଶର୍ମା କହିଛନ୍ତି ଯେ ପୂର୍ବରୁ ମଧ୍ୟ ମାର୍ଚ୍ଚ ମାସରେ ଅଧିକ ଗରମ ଅନୁଭୂତ ହେଉଥିଲା। ସାଧାରଣତଃ ମାର୍ଚ୍ଚରେ 39 ଡିଗ୍ରୀରୁ 40 ଡିଗ୍ରୀ ସେଲ୍ସିୟସ ଯାଏ ଯାଇଥାଏ ତାପମାତ୍ରା। ଏଥିପାଇଁ ବିଭିନ୍ନ କାରଣ ରହିଛି। ଯଦି ରାତିରେ ସାମାନ୍ୟଠାରୁ ଅଧିକ ତାପମାତ୍ରୀ ବଢ଼ିଥାଏ ତେବେ ଦିନରେ ମଧ୍ୟ ଅଧିକ ତାପମାତ୍ରା ରହିଥାଏ ବୋଲି ସେ କହିଛନ୍ତି।

India logs warmest February; IMD warns of intense heatwaves from March-May | India News - Business Standard

ପାଣିପାଗ ବିଭାଗ କହିଛି ଯେ ଜାନୁଆରୀ ଏବଂ ଫେବୃଆରୀରେ ସାରା ଦେଶରେ ବର୍ଷା ସ୍ୱାଭାବିକଠାରୁ 59 ପ୍ରତିଶତ କମ୍ ହୋଇଛି। ଉତ୍ତର-ପଶ୍ଚିମ ଭାରତରେ ଏହା 64.4 ପ୍ରତିଶତ କମ୍ ହୋଇଛି। ଏହି କାରଣରୁ, ମାଟିର ଉତ୍ତାପ ଦୂର ହେଲା ନାହିଁ ଏଥିପାଇଁ ଏହି ଦୁଇ ମାସରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଥିଲା। ଫେବୃଆରୀ 2025 ର ହାରାହାରି ତାପମାତ୍ରା ସର୍ବାଧିକ ରେକର୍ଡ ହୋଇଛି । ସାମାନ୍ୟ ତାପମାତ୍ରାଠାରୁ 1.34 ଡିଗ୍ରୀ ବୃଦ୍ଧି ଘଟିଛି। ଯାହା 1901 ପରେ ସର୍ବାଧିକ ରହିଛି। ମାର୍ଚ୍ଚରେ ପ୍ରାୟ 29.9 ମିଲିମିଟର ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ପୂର୍ବାନୁମାନ ଅନୁଯାୟୀ, ଏହାଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ଯଦି କମ୍ ବୃଷ୍ଟିପାତ ହୁଏ ତେବେ ନିଶ୍ଚିତ ଭାବରେ ଉତ୍ତାପ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି।

Comments are closed.