ବ୍ରହ୍ମପୁର:ପ୍ରେମ ସଂପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇ ବିବାହିତ ମହିଳାଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ପ୍ରେମିକ। ପୋଲିସ ଅଭିଯୁକ୍ତ ପ୍ରମିକଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ କାତିକୁ ଜବତ କରିଛି। ଅଧିକ ତଦନ୍ତ ଚଳାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗରର ଶୁଭମ୍ ସାହୁଙ୍କ ସହିତ ସେହି ସାହିର ଜଣେ ବିବାହିତା ମହିଳାଙ୍କ ଅନେକ ଦିନର ସଂପର୍କ ରହିଥିଲା। ତେବେ କୌଣସି କାରଣରୁ ଗତ କିଛି ଦିନ ପୂର୍ବେ ଶୁଭମ ରଘୁପତିନଗରରୁ ନିକଟସ୍ଥ ବାଲ୍ମିକି ନଗରକୁ ସ୍ଥାନାନ୍ତର ହୋଇଯାଇଥିଲେ। ତେବେ କଳାକ୍ରମେ ଉଭୟଙ୍କ ସଂପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଶୁଭମଙ୍କ ଠାରୁ ପୂର୍ବରୁ ମହିଳା ଆର୍ଥୀକ ସହାୟତା ପାଉଥିଲେ। ହେଲେ ଶୁଭମ ଏହାକୁ ବନ୍ଦ କରିଦେଇଥିଲେ। ତଥାପି ମହିଳା ଜଣକ ବାରମ୍ବାର ଟଙ୍କା ମାଗୁଥିଲେ। ଶୁଭମ କିନ୍ତୁ ଟଙ୍କା ଦେବାକୁ ମନା କରିଦେଉଥିଲେ। ଅନ୍ୟପଟେ ମହିଳାଙ୍କ ଚରିତ୍ରକୁ ନେଇ ଶୁଭମଙ୍କ ମନରେ ଅନେକ ସନ୍ଦେହ ଜନ୍ମ ନେଇଥିଲା। ଫଳରେ ମହିଳାଙ୍କୁ ହତ୍ୟା କରିବାକୁ ଶୁଭମ ଯୋଜନା ପ୍ରସ୍ତୁତ କରିଥିଲେ।
ସୋମବାର ସନ୍ଧ୍ୟାରେ ମହିଳା ନିଜ ଛୁଆଙ୍କୁ ଟିଉସନରୁ ଆଣିବା ପାଇଁ ରଘୁପତି ନଗରକୁ ଯାଉଥିଲେ। ବାଟରେ ଜଗିଥିଲେ ଶୁଭମ। ମହିଳାଙ୍କୁ ଦେଖିବା କ୍ଷଣି ଶୁଭମ ତାଙ୍କୁ କାତିରେ ଗୋଟିଏ ପରେ ଗୋଟିଏ ଚୋଟ ପକାଇଥିଲେ। ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ। ମହିଳାଙ୍କ ମୁଣ୍ଡ, କାନ, ହାତ, ଗୋଡ଼ ଓ ପିଠି ସମେତ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ଲାଗିଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଟିଉସନ ଶିକ୍ଷୟିତ୍ରୀଙ୍କ ବଡ଼ ଭଉଣୀ ଆସିଥିଲେ। ଶୁଭମ ତାଙ୍କ ଡାହାଣ ହାତରେ କାତି ଚୋଟ ପକାଇଥିଲେ। ଉଭୟ ଚିତ୍କାର କରିବା ପରେ ସେ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ପରେ ବଡ଼ବଜାର ଥାନାରେ ଶୁଭମ କାତି ସହିତ ଆତ୍ମସମର୍ପଣ କରିଥିଲେ। ଆହତଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ବ୍ଲାକମେଲ୍ କରୁଥିବା ଯୋଗୁ ତାଙ୍କୁ ଆକ୍ରମଣ କରିଥିବା ଶୁଭମ ପୋଲିସ ସମ୍ମୁଖରେ ସ୍ୱିକାର କରିଛନ୍ତି।
BREAKING NEWS
- Bangladeshi Hindus ଆମକୁ ରକ୍ଷା କର, ଆମେ ଫସି ରହିଛୁ :ଭାରତକୁ ନିବେଦନ କଲେ ବାଂଲାଦେଶୀ ହିନ୍ଦୁ
- ୧୮ ବର୍ଷ ପରେ ଅଷ୍ଟ୍ରେଲିଆରେ ଜିତିଲା ଇଂଲଣ୍ଡ
- ବନ୍ଧା ହେଲେ ଫରେଷ୍ଟର, ଘରୁ ମିଳିଲା ପୁଳାପୁଳା ଗହଣା ସହ ନଗଦ…
- ହାତୀ ପାଇଁ ଶିଖରଚଣ୍ଡୀ ପୀଠ ବନ୍ଦ
- Anti-Drone System: ଭାରତକୁ ଡ଼ରି ସୀମାରେ ପାକିସ୍ତାନ ଲଗାଇଲା ଆଣ୍ଟି –ଡ୍ରୋନ୍ ସିଷ୍ଟମ
- ଆହୁରି ସପ୍ତାହେ କଲବଲ କରିବ ଜାଡ
- ଜିରୋ ନାଇଟ୍ ପାଇଁ ୧୫ପ୍ଲାଟୁନ ଫୋର୍ସ, କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା
- Bangladesh incident :ବାଂଲାଦେଶ ଘଟଣାକୁ ନିନ୍ଦା କଲେ ବଲିଉଡ଼ ଅଭିନେତ୍ରୀ ଜାନଭୀ କପୁର
- ଜାନୁଆରୀ ୨୧ରେ ଓଏସ୍ଏସ୍ଟିଇଟି ପରୀକ୍ଷା
- ବାଂଲାଦେଶରେ କଳାକାରଙ୍କୁ ଆକ୍ରମଣ, କନସର୍ଟରେ ଭଙ୍ଗାରୁଜା…
Comments are closed.