Latest Odisha News

BREAKING NEWS

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ବାଜି ମାରିଲେ ଝିଅ, ପାସହାର ୭୮.୭୬ %

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷର ପାସହାର ୭୮.୭୬ ପ୍ରତିଶତ ରହିଛି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକାଶ ପାଇଛି ପରୀକ୍ଷା ଫଳ । ଦିନ ସାଢେ ୧୧ଟାରୁ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ମଧ୍ୟ ପୁଅଙ୍କ ତୁଳନାରେ ଝିଅ ମାନେ ଭଲ ରେଜଲ୍ଟ କରିଛନ୍ତି ।

ବୋର୍ଡର ୨ଟି ୱେବସାଇଟ୍ ଓ SMS ଜରିଆରେ ଛାତ୍ରଛାତ୍ରୀ ରେଜଲ୍ଟ ପାଇପାରିବେ।

ଏହି ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ

www.bseodisha.ac.in www.bseodisha.nic.in

SMS ଜରିଆରେ ରେଜଲ୍ଟ ଜାଣିବା ପାଇଁ OR01 ଲେଖି ସ୍ପେଶ୍ ଦେଇ ନିଜ ରୋଲ୍ ନମ୍ଵର ଲେଖି 5676750କୁ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।

ରେଜଲ୍ଟକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ଛାତ୍ରଛାତ୍ରୀ । ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ତେବେ କରୋନା ମହାମାରୀ ଯୋଗୁଁ  ଅସ୍ବାଭାବିକ ସ୍ଥିତିରେ ଖାତା ଦେଖା ହୋଇଥିବାରୁ ସଠିକ୍ ମୂଲ୍ୟାୟନ ନେଇ ଆଶଙ୍କାରେ ଅଭିଭାବକ ।

Comments are closed.