Latest Odisha News

BREAKING NEWS

ପୁରୀରୁ ରାଜସ୍ଥାନ ଓ ଗୁଜୁରାଟ ଫେରିଲେ ପ୍ରବାସୀ

ପୁରୀ: ପୁରୀରେ ଅଟକି ରହିଥିବା କିଛି ଗୁଜୁରାଟୀ ପ୍ରବାସୀ ଆଜି ଏକ ଗାଡ଼ି ଯୋଗେ ଗୁଜରାଟ ଫେରିଛନ୍ତି ।

ଶ୍ରୀକ୍ଷେତ୍ର ଦର୍ଶନରେ ଆସି ଲକ୍‌ଡାଉନ ଯୋଗୁଁ ପୁରୀରେ ଫସି ରହିଥିବା କିଛି ଶ୍ରଦ୍ଧାଳୁ ଆଜି ଗୁଜରାଟ ଫେରିଛନ୍ତି । ଏହି ପ୍ରବାସୀମାନେ ପୂର୍ବରୁ ଭାରତ ବିକାଶ ପରିଷଦକୁ ଯୋଗାଯୋଗ କରିଥିଲେ । ଏହି ସଂସ୍ଥା ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରି ସମସ୍ତ ପ୍ରବାସୀଙ୍କୁ ଗୁଜରାଟ ପଠାଇବାର ବନ୍ଦୋବସ୍ତ କରିଛନ୍ତି ।

ଏସମ୍ପର୍କରେ ‘ଭାରତ ବିକାଶ ପରିଷଦ’ର ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଗଣମାଧ୍ୟମକୁ କହିଛନ୍ତି ଯେ, ଗୁଜରାଟର କିଛି ପ୍ରବାସୀ ଦୀର୍ଘ ୪୫ ଦିନ ଧରି ପୁରୀରେ ଫସି ରହିଥିଲେ, ସେମାନେ ଆମ ସଂସ୍ଥାକୁ ଯୋଗାଯୋଗ କରିଥିଲେ ଗୁଜରାଟ ଫେରିବାକୁ । ଭାରତ ବିକାଶ ପରିଷଦ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରାଯାଇ ସେମାନଙ୍କୁ ଗୁଜରାଟ ପଠାଯାଇଛି ।

ସେହିପରି ରାଜସ୍ଥାନର ୮ଜଣ ପର୍ଯ୍ୟଟକ ପୁରୀରେ ଫସି ରହିଥିଲେ । ଗତକାଲି କୋଟାରୁ ଓଡ଼ିଆ ପ୍ରବାସୀଙ୍କୁ ଧରି ଓଡ଼ିଶାରେ ପହଞ୍ଚିଥିବା ବସ୍ ରାଜସ୍ଥାନର କୋଟା ଫେରିବାର ଥିଲା । ଏହି ଖାଲି ବସରେ ୮ଜଣ ବ୍ୟକ୍ତିଙ୍କୁ ପ୍ରଶାସନ ଦ୍ୱାରା ସୁବନ୍ଦୋବସ୍ତ କରାଯାଇ ରାଜସ୍ଥାନ ପଠାଇ ଦିଆଯାଇଛି ।

Leave A Reply

Your email address will not be published.