ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମନହରା ଗାଁରେ ଶନିବାର ବିଦ୍ୟୁତ୍ ଆଘାତରେ ଏ.ଶୁଭମ ପାତ୍ର(୧୫) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଶୁଭମ କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ର ଥିଲେ। ତାଙ୍କ ବାପା ମା’ ହାଇଦ୍ରବାଦରେ କାମ ରହୁଥିବା ବେଳେ ଶୁଭମ ମାମୁଁ ରଘୁନାଥ ପାତ୍ରଙ୍କ ପାଖରେ ରହୁଥିଲେ । ଘର ସମ୍ମୁଖରେ ଗଣେଶ ପୂଜା ପାଇଁ ପଣ୍ଡାଲ ଲାଗିଥିଲା । ଶୁଭମ ପଣ୍ଡାଲକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଅଚେତ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ଅଣାଯାଇଥିଲା । କିନ୍ତୁ ମେଡ଼ିକାଲରେ ପହଞ୍ଚିଲା ବେଳକୁ ଶୁଭମଙ୍କ ମୃତ୍ୟୁ ହୋଇଯାଇଥିଲା । ମାମୁଙ୍କ ପକ୍ଷରୁ ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
BREAKING NEWS
- Republic Day: କର୍ତ୍ତବ୍ୟପଥରେ ତ୍ରିରଙ୍ଗା ଉଡ଼ାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
- ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଇନ୍ଦ୍ରଜିତ ସିଂହ ବିନ୍ଦ୍ରାଙ୍କ ପରଲୋକ
- ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ
- Republic Day: ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ
- Triple Murder: ଗୋଟିଏ ପରିବାରର ୩ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
- ଆସନ୍ତା ୨୮ ତାରିଖରେ ଓଡ଼ିଶା ବନ୍ଦ
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
- Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ
- Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…
Comments are closed.