Modi gifted Assam tea to Putin: ଶ୍ରୀମଦ୍ ଦ୍ଭଗବଦ୍ ଗୀତା ସହିତ ପୁଟିନଙ୍କୁ ଆସାମର ଚା’ ଉପହାର ଦେଇଥିଲେ ମୋଦି, କାରଣ…
ନୂଆଦିଲ୍ଲୀ: ନିକଟରେ ଭାରତ ଗସ୍ତରେ ଆସିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନଙ୍କ ଭାରତ ଗସ୍ତ ସମୟରେ ତାଙ୍କୁ ଭାରତରେ ଭବ୍ୟ ସମ୍ଭର୍ଦ୍ଧନା କରାଯିବା ସହିତ ବହୁତ ବଡ଼ ବଡ଼ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଥିଲା । ପୁଟିନ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଭେଟିଥିଲେ । ଏବଂ ତାଙ୍କୁ ବିଭିନ୍ନ ଉପହାର ମଧ୍ୟ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏକ ଭଗବଦ୍ ଗୀତା ଉପହାର ଦେଇଥିଲେ ଯାହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା । କିନ୍ତୁ ଗୀତା ସହିତ ପ୍ରଧାନମନ୍ତ୍ରୀ ନିଜ ବନ୍ଧୁ ପୁଟିନଙ୍କୁ ଆଉ ଏକ ଉପହାର ମଧ୍ୟ ଦେଇଥିଲେ ଯାହା ଥିଲା ଆସାମର ଚା ।
ପୁଟିନଙ୍କୁ ଆସାମର ଚା ଉପହାର ଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଆସାମ ଗସ୍ତରେ ଆଜି ସେ ଏଭଳି ବୟାନ ଦେଇଛନ୍ତି । ମୋଦୀଙ୍କ ଆସାମ ଗସ୍ତର ଆଜି ହେଉଛି ଦ୍ଵିତୀୟ ଦିନ । ଆସାମର ନମରୂପ ରେ ମୋଦୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସାମ ଲୋକଙ୍କୁ ଉଦବୋଧନ ଦେଇଥିଲେ । ସଭାରେ ସେ ଋଷ ରାଷ୍ଟ୍ରପତିଙ୍କୁ ଆସାମ ଚା ଉପହାର ଦେଇଥିବା କହିଛନ୍ତି । ମୋଦି କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିଲେ । ଦିଲ୍ଲୀରେ ତାଙ୍କ ସହ କାର୍ଯ୍ୟକ୍ରମ ଥିଲା । ମୁଁ ଗର୍ବର ସହିତ ତାଙ୍କୁ ଆସାମର କଳା ଚା (ବ୍ଲାକ ଟି) ଉପହାର ଦେଇଥିଲି । ଆମେ ଆସାମର ସମ୍ମାନ ବୃଦ୍ଧି କରୁଥିବା ପ୍ରତ୍ୟେକ କାର୍ଯ୍ୟକୁ ପ୍ରାଥମିକତା ଦେଉଛୁ । ଏହା ଶୁଣି ସେଠାକାର ଲୋକ ବେଶ ଖୁସି ହୋଇଯାଇଥିଲେ ।