Latest Odisha News

BREAKING NEWS

କଂଗ୍ରେସ ଏଟିଏମ ଭାବୁଥିଲା, ଆମେ ଭାବୁ ଅଷ୍ଟଲକ୍ଷ୍ମୀ: ମୋଦୀ

କୋହିମା: ଆସନ୍ତା ଫେବୃଆରୀ ୨୭ରେ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡ ଏବଂ ମେଘାଳୟ ରାଜ୍ୟ ଗସ୍ତରେ ଯାଇ ପ୍ରଚାର କରିଛନ୍ତି | ପ୍ରଧାନମନ୍ତ୍ରୀ ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ସେଠାରେ ସମାବେଶକୁ ସମ୍ବୋଧିତ କରିଥିଲେ। ମୋଦୀ କହିଛନ୍ତି ଯେ କଂଗ୍ରେସ ନାଗାଲାଣ୍ଡ ସରକାରକୁ ରିମୋଟ କଣ୍ଟ୍ରୋଲରେ ଚଳାଉଥିଲା | ଦିଲ୍ଲୀରୁ ଦିମାପୁର ପର୍ଯ୍ୟନ୍ତ ସେମାନେ ପରିବାରବାଦକୁ ପ୍ରାଧାନ୍ୟ ଦେଇଥିଲେ, କିନ୍ତୁ ଆମ ସରକାର ସମଗ୍ର ଉତ୍ତର-ପୂର୍ବ ପାଇଁ ଦିଲ୍ଲୀ ସରକାରଙ୍କ ଚିନ୍ତାଧାରାକୁ ବଦଳାଇ ଦେଇଛି । କଂଗ୍ରେସ ଉତ୍ତର-ପୂର୍ବକୁ ଏଟିଏମ୍ ଭାବରେ ବିବେଚନା କରୁଥିଲା ​|

ସରକାରଙ୍କ ଟଙ୍କା ଜନସାଧାରଣଙ୍କ ନିକଟରେ ପହଞ୍ଚି ନଥିଲା, ବରଂ ଦୁର୍ନୀତିଗ୍ରସ୍ତ ଦଳର ସିନ୍ଦୁକରେ ପହଞ୍ଚିଥିଲା। କିନ୍ତୁ ଆମେ ଉତ୍ତର-ପୂର୍ବର ଆଠଟି ରାଜ୍ୟକୁ କଂଗ୍ରେସ ଭଳି ଏଟିଏମ୍ ଭାବରେ ନୁହେଁ, ବରଂ ‘ଅଷ୍ଟଲକ୍ଷ୍ମୀ’ ବୋଲି ବିବେଚନା କରୁଛୁ। ଏନଡିଏ ସରକାର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ ମନ୍ତ୍ରକୁ ନେଇ ଆଗକୁ ବଢୁଛନ୍ତି | ଆମେ ଗରିବ, ଆଦିବାସୀ ଏବଂ ମହିଳାଙ୍କ ବିକାଶ ଉପରେ ବହୁତ ଧ୍ୟାନ ଦେଉଛୁ ଏବଂ ସେଥିପାଇଁ ଆମର ପ୍ରତ୍ୟେକ ଯୋଜନାରେ ଏହି ସବୁ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଉଛି |

ଗତ ସାଢେ ତିନି ବର୍ଷ ମଧ୍ୟରେ ନାଗାଲାଣ୍ଡର ସାଢେ ତିନି ଲକ୍ଷରୁ ଅଧିକ ପରିବାରକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଇଛି ଏବଂ ଆମର ଆଦିବାସୀ ମହିଳାମାନେ ଏଥିରୁ ଅଧିକ ଉପକୃତ ହୋଇଛନ୍ତି। ଆମେ ନା ଅଞ୍ଚଳ ଆଧାରରେ ଭେଦଭାବ କରୁ ନା ଧର୍ମ ଆଧାରରେ ଭେଦଭାବ କରୁ। ଉଲ୍ଲେଖ ଥାଉ କି ନାଗାଲାଣ୍ଡ ପରେ ପ୍ରଧାନମନ୍ତ୍ରୀ ମେଘାଳୟ ଗସ୍ତ କରିବେ, ଆଉ ସିଲଂରେ ଏକ ରୋଡ୍ ସୋରେ ଭାଗ ନେବେ | ଏହାପରେ ପଶ୍ଚିମ ମେଘାଳୟର ତୁରାଠାରେ ସେ ଏକ ନିର୍ବାଚନ ରାଲିକୁ ମଧ୍ୟ ସମ୍ବୋଧିତ କରିବେ।

Leave A Reply

Your email address will not be published.