ଭୁବନେଶ୍ୱର: ଅକ୍ଟୋବର ମାସକୁ ବାତ୍ୟା ମାସ ବୋଲି କୁହାଯାଏ, ଏବଂ ଏବେ ବଙ୍ଗୋପସାଗରରେ ପୁଣି ଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁ ବାତ୍ୟାର ଭୟ ବଢ଼ିଛି । ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଆସନ୍ତା ୨୪ ତାରିଖ ଆଖପାଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ପଶ୍ଚିମ-ଉତ୍ତର ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। IMDର ବିସ୍ତୃତ ରିପୋର୍ଟ ଅନୁସାରେ, ଏହି ସିଷ୍ଟମ୍ ୨୬ ତାରିଖ ଆଖପାଖରେ ଅଧିକ ଘନୀଭୂତ ହୋଇ ଏକ ଅବପାତର ରୂପ ନେଇପାରେ।
ଏହି ସିଷ୍ଟମ୍ କେତେ ଘନୀଭୂତ ହେବ, କେଉଁ ଦିଗକୁ ଗତି କରିବ ଏବଂ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ତାହା ପରବର୍ତ୍ତୀ ଦିନମାନଙ୍କରେ ସ୍ପଷ୍ଟ ହେବ। ବର୍ତ୍ତମାନର ପାଣିପାଗ ଅନୁକୂଳ ରହିଛି, ଯେହେତୁ ମୌସୁମୀ ପ୍ରତ୍ୟାହାର ପରେ ବଙ୍ଗୋପସାଗରରେ ସିଷ୍ଟମ୍ଗୁଡ଼ିକ ଅଧିକ ଘନୀଭୂତ ହେବା ପାଇଁ ପରିବେଶ ସହାୟକ ହୋଇଥାଏ। ସମୁଦ୍ର ପୃଷ୍ଠର ତାପମାତ୍ରା ବର୍ତ୍ତମାନ ୨୯ରୁ ୩୦ ଡିଗ୍ରୀ ସେଲସିୟସ୍ ରହିଛି, ଯାହା ବାୟୁମଣ୍ଡଳର ତାରତମ୍ୟ କମ୍ ରଖି ଘନୀଭୂତ ହେବାକୁ ସହାୟକ ହେଉଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହିପରି କାରକଗୁଡ଼ିକ ମହଜୁଦ ଥିବାରୁ କୌଣସି ସିଷ୍ଟମ୍ ସୃଷ୍ଟି ହେଲେ ତାହା ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।
https://youtu.be/yqMMRQduGns?si=ae1HHn6B0eWNkOht
ଅନ୍ୟପକ୍ଷରେ, ଆରବ ସାଗରରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହୋଇଛି, ଯାହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି IMD ଆକଳନ କରିଛି। ଓଡ଼ିଶା ଭଳି ରାଜ୍ୟଗୁଡ଼ିକ, ଯେଉଁଠାରେ ପ୍ରାକୃତିକ ବିପର୍ଯ୍ୟୟର ଇତିହାସ ଲମ୍ବା, ସେଠାରେ ଏହି ସମ୍ଭାବ୍ୟ ବାତ୍ୟା ନେଇ ସତର୍କତା ଜାରି କରାଯାଇଛି। IMDର ERF ମଡେଲ୍ ଅନୁସାରେ, ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟିର ଆଶଙ୍କା ୩୦ରୁ ୪୦ ପ୍ରତିଶତ ରହିଛି।
Comments are closed.