ନୂଆଦିଲ୍ଲୀ: ଜାତିସଂଘ ପୁଣି ଥରେ ଇରାନକୁ କାଠଗଡ଼ାରେ ଛିଡ଼ା କରାଇଛି। ସଂଗଠନର କହିବା ଅନୁସାରେ, ୨୦୨୫ ଆରମ୍ଭରୁ ଏପର୍ଯ୍ୟନ୍ତ ଇରାନରେ ଅତି କମରେ ୮୪୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଜାତିସଂଘର ଅଭିଯୋଗ ଯେ, ଇରାନ ସରକାର ଫାଶିକୁ କେବଳ ଅପରାଧ ନିୟନ୍ତ୍ରଣ ପାଇଁ ନୁହେଁ, ବରଂ ଲୋକଙ୍କ ମଧ୍ୟରେ ଭୟ ଓ ନୀରବତା ସୃଷ୍ଟି କରିବା ପାଇଁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛି।
ମାନବାଧିକାର ମାମଲା ଉପରେ ନଜର ରଖୁଥିବା ଜାତିସଂଘର କାର୍ଯ୍ୟାଳୟ ଶୁକ୍ରବାର ଦିନ ଜଣାଇଛି ଯେ, ଚଳିତ ବର୍ଷର ପ୍ରଥମ ଛଅ ମାସରେ ଇରାନରେ ଯେଉଁ ଗତିରେ ଲୋକଙ୍କୁ ଫାଶି ଦିଆଯାଇଛି, ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। କିନ୍ତୁ ଆପଣ ଜାଣିଛନ୍ତି କି, କେଉଁ ଦେଶ ସବୁଠାରୁ ଅଧିକ ମୃତ୍ୟୁଦଣ୍ଡ ଦେଉଛି? ଆସନ୍ତୁ ଜାଣିବା।
ବିଶ୍ୱରେ ମୃତ୍ୟୁଦଣ୍ଡକୁ ନେଇ ପୁଣି ଥରେ ବିତର୍କ ଜୋର ଧରିଛି। ଆମନେଷ୍ଟି ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁସାରେ, ୨୦୨୪ ମସିହାରେ ସାରା ବିଶ୍ୱରେ ଅତି କମରେ ୧୫୧୮ ଜଣଙ୍କୁ ଫାଶି ଦିଆଯାଇଛି। ଏହି ସଂଖ୍ୟା ଏଥିପାଇଁ ଆଶ୍ଚର୍ଯ୍ୟଜନକ କାରଣ ୨୦୨୩ ତୁଳନାରେ ଏଥିରେ ୩୨% ବୃଦ୍ଧି ହୋଇଛି। ରିପୋର୍ଟ ଏହା ମଧ୍ୟ ଦର୍ଶାଉଛି ଯେ, ମୃତ୍ୟୁଦଣ୍ଡ ଲାଗୁ କରୁଥିବା ଦେଶମାନଙ୍କ ସଂଖ୍ୟା ହ୍ରାସ ପାଇ ୧୫କୁ ଆସିଛି। ଅର୍ଥାତ୍, ବିଶ୍ୱର ଅଧିକାଂଶ ଦେଶ ଏହି କଠୋର ଦଣ୍ଡରୁ ଦୂରେଇ ଯାଉଛନ୍ତି, କିନ୍ତୁ କିଛି ଦେଶ ଏବେ ମଧ୍ୟ ଏହାକୁ ନିୟମିତ ଲାଗୁ କରୁଛନ୍ତି।
ଇରାନ ପ୍ରଥମ ସ୍ଥାନରେ, ମହିଳାଙ୍କୁ ମଧ୍ୟ ଫାଶି
ଏହି ତଥ୍ୟ ଅନୁସାରେ, ଇରାନ ସବୁଠାରୁ ଆଗରେ ଅଛି। ୨୦୨୪ରେ ସେଠାରେ ୯୭୨ ଜଣଙ୍କୁ ଫାଶି ଦିଆଯାଇଥିଲା, ଯେଉଁଥିରେ ୩୦ ଜଣ ମହିଳା ମଧ୍ୟ ଥିଲେ। ୨୦୨୩ରେ ଏହି ସଂଖ୍ୟା ୮୫୩ ଥିଲା, ଅର୍ଥାତ୍ ମାତ୍ର ଗୋଟିଏ ବର୍ଷରେ ପ୍ରାୟ ୧୪% ବୃଦ୍ଧି ହୋଇଛି। ଏନେଇ ମାନବାଧିକାର କର୍ମୀମାନେ କହୁଛନ୍ତି ଯେ, ଏହି ବୃଦ୍ଧି କେବଳ ଅପରାଧ ରୋକିବା ପାଇଁ ନୁହେଁ, ବରଂ ସରକାର ବିରୋଧୀ କଣ୍ଠସ୍ୱର ଓ ଆନ୍ଦୋଳନକାରୀଙ୍କୁ ଭୟଭୀତ କରିବାର ଏକ ରଣନୀତିର ଅଂଶ।
ସେହିଭଳି ଇରାନୀ କର୍ମୀ ରୋୟା ବୋରୌମାନ୍ଦଙ୍କ ମତରେ, ସାମ୍ପ୍ରତିକ ବର୍ଷମାନଙ୍କରେ ମହିଳାଙ୍କୁ ମଧ୍ୟ ଦ୍ରୁତ ଗତିରେ ଟାର୍ଗେଟ କରାଯାଇଛି। ୨୦୨୨ରେ ୧୨ ଜଣ ଓ ୨୦୨୩ରେ ୨୫ ଜଣ ମହିଳାଙ୍କୁ ଫାଶି ଦିଆଯାଇଥିଲା। ଅଧିକାଂଶ ମାମଲାରେ ସେମାନଙ୍କୁ ମାଦକ ଦ୍ରବ୍ୟ ଚୋରାଚାଲାଣ କିମ୍ବା ଶାସନ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଣ୍ଡିତ କରାଯାଇଛି।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.