କୋଲକାତା: ଛାତ୍ରଙ୍କୁ ବିବାହ କଲେ ପ୍ରଫେସର୍ ମାଡାମ୍ । ତାହା ପୁଣି କଲେଜ ପରିସରରେ ଏହି ବାହାଘର ହୋଇଛି । ପ୍ରଫେସର ମାଡାମ୍ ପୂରା କନିଆଁ ବେଶରେ ସଜେଇ ହୋଇଥିଲେ । ଛାତ୍ର ଜଣକ ତାଙ୍କ ସୀମନ୍ତରେ ସିନ୍ଦୁର ଲଗାଇ ଦେଇଛନ୍ତି । ପୁଣି ଉଭୟଙ୍କ ମଧ୍ୟରେ ହୋଇଛି ବରଣମାଳା ଆଦାନ-ପ୍ରଦାନ । ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ନଦିଆରେ।
ପଶ୍ଚିମବଙ୍ଗ ନଦିଆରେ ଥିବା ହରିଣଘାଟ ଟେକ୍ନୋଲଜି କଲେଜର ମନସ୍ତତ୍ତ୍ବ ବିଭାଗର ପ୍ରଫେସର ପାୟଲ୍ ବାନାର୍ଜୀ । କଲେଜ ପରିସରରେ ତାଙ୍କର ଜଣେ ଛାତ୍ରଙ୍କୁ ବିବାହ କରିଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । କଲେଜ ପ୍ୟାଡରେ ମଧ୍ୟ ଉଭୟଙ୍କୁ ସ୍ବାମୀ-ସ୍ତ୍ରୀ ଭାବେ ଦର୍ଶା ଯାଇଥିବା ବେଳେ ଉଭୟ ପକ୍ଷରୁ ୩ ଜଣ ଲେଖାଏଁ ସାକ୍ଷୀ ଦସ୍ତଖତ କରିଛନ୍ତି । ସଂପୃକ୍ତ ମହିଳା ପ୍ରଫେସରଙ୍କ କହିବା କଥା, ଏହା ପ୍ରକୃତ ବାହାଘର ନୁହେଁ । କଲେଜରେ ଆଭ୍ୟନ୍ତରୀଣ ବ୍ୟବହାର ପାଇଁ ଏହା ଏକ ଆକାଡେମିକ୍ ଏକ୍ସରସାଇଜ୍ ଥିଲା ।
ପାୟଲ୍ ବାନାର୍ଜୀ କହିଛନ୍ତି ମନ୍ଦ ଉଦ୍ଦେଶ୍ୟ ରଖି କେହି ଭିଡିଓକୁ ଭାଇରାଲ୍ କରିଛି । କଲେଜ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ମାନିବାକୁ ନାରାଜ। ସଂପୃକ୍ତ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଭାଇରାଲ୍ ଭିଡିଓ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ଆଉଜଣେ ଅଧିକାରୀଙ୍କ କହିଛନ୍ତି, ସେମାନେ ଏ ବିଷୟରେ କିଛି ଜାଣି ନଥିଲେ। ଭିଡିଓ ଭାଇରାଲ ହେବା ପରେ ଏସବୁ ଜଣାପଡ଼ିଥିଲା । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡୁଛି ଏହା ଏକ ନଟକର ଦୃଶ୍ୟ ଥିଲା । ଆଉ ଏହି ଦୃଶ୍ୟକୁ କେହି ଭିଡିଓ କରା ଭାଇରାଲ କରିଛି । ଏହାପରେ ବି ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।
Comments are closed.